Categories: ବାଣିଜ୍ୟ

ସୋନିର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୨୦।୧୧: ସୋନି ଇଣ୍ଡିଆର ନୂତନ ଉତ୍ପାଦ ତଥା ଆଲ୍‌ଫା ୭ ସିରିଜର ଦୁଇଟି ନୂଆ କ୍ୟାମେରାକୁ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି ଆଲ୍‌ଫା ୭ ସିରିଜର ‘ଆଲ୍‌ଫା ୭ସି୨ ଓ ଆଲ୍‌ଫା ୭ସିଆର୍‌’ମଡେଲ ସାମିଲ ରହିଛି। ଯେଉଁଥିରେ କମ୍ପାକ୍ଟ ଫୁଲ୍‌ ଫ୍ରେମ୍‌ ଇଣ୍ଟରଚେଞ୍ଜିଏବୁଲ ଲେନ୍ସ କ୍ୟାମେରା ଉପଲବ୍ଧ। ଏପରିକି ଆଲ୍‌ଫା ୭ସି୨ରେ ଏକ୍ସମର ଆର ସିଏମ୍‌ଓଏସ୍‌ ସେନ୍ସର ଓ ବିଆଇଓଏନ୍‌ଜେଡ୍‌ ଏକ୍ସଆର୍‌ ଇମେଜ୍‌ ପ୍ରୋସେସିଂ ଇଞ୍ଜିନ ଆଦି ସାମିଲ ରହିଛି, ଯାହା ସ୍ଥିର ଚିତ୍ରଠାରୁ ଆରମ୍ଭକରି ସିନେମା ଆଦିକୁ ଶୁଟ୍‌ କରିବାରେ ସହାୟକ ହେବ। ବିଶେଷକରି ଏହାର ବ୍ୟବହାରକାରୀମାନେ ଭ୍ରମଣ ଓ ଦୈନନ୍ଦିନ ଫଟୋ ଉଠାଇବା ବେଳେ ଉଚ୍ଚ ଗୁଣ ମାନର ଫଟୋ ପାଇପାରିବେ। ଏପରିକି ଏହା ୨୨% ହାଲୁକା ହୋଇଥିବା ବେଳେ ୪୫% କମ୍‌ ଭାଲ୍ୟୁ ରହିଛି। ଏଥିରେ ଅତ୍ୟଧିକ ସମ୍ବେଦନଶୀଳ ଓ କୋଳାହଳ ମୁକ୍ତ ଶୁଟିଂ କରି ହେବ। ସେହିଭଳି ଆଲ୍‌ଫା ୭ସିଆର୍‌ ମଡେଲରେ ଏକ୍ସମ୍‌ ଆର ସିଏମ୍‌ଓଏସ୍‌ ସେନ୍ସର ଓ ବିଆଇଓଏନ୍‌ଜେଡ୍‌ ଏକ୍ସଆର୍‌ ଇମେଜ୍‌ ପ୍ରୋସେସିଂ ଇଞ୍ଜିନ ରହିଛି, ଯାହା ଏଚ୍‌ଡି ଫଟୋ ଉଠାଇବାରେ ସହାୟକ ହେବ। ବିଶେଷକରି ଏହା ୨୯% ହାଲୁକା ହୋଇଥିବା ବେଳେ ୫୩% କମ୍‌ ଭଲ୍ୟୁମର ସୁବିଧା ସହିତ ପିକ୍ସେଲ୍‌ ସିଫ୍‌ଟ ମଲ୍‌ଟି ଶୁଟିଂ ସୁବିଧା ରହିଛି, ଯାହା ଏକାଧିକ ଫଟୋ ଉଠାଇହେବ ଓ ତାହାକୁ ପିସିରେ ନେଇ ଗୋଟିଏ ଫଟୋ ତିଆରି କରାଯାଇପାରିବ। ଉଭୟ କ୍ୟାମେରା ଆକାରରେ ଛୋଟ ହୋଇଥିବା ବେଳେ ଯେକୌଣସି ସ୍ଥାନକୁ ସହଜରେ ନେଇହେବ। ଉଭୟ କ୍ୟାମେରାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଶକ୍ତି ଥିବା ପ୍ରୋସେସିଂ ୟୁନିଟ୍‌ ରହିଥିବାରୁ ପ୍ରତିଟି ବିଷୟକୁ ଏହା ଭଲ ଭାବେ ଚିହ୍ନଟ କରିପାରିବ। ବିଶେଷକରି ଚଢ଼େଇ, କିଟ, କାର, ଟ୍ରେନ ଓ ବିମାନକୁ ସହଜରେ ଚିହ୍ନଟ କରାଯାଇପରିବ। ଏଥିରେ ଅତି ଉନ୍ନତ ଓ ଚମତ୍କାର ଭିଡିଓ ଉତ୍ତୋଳନ କରି ହେବ।

Share