Categories: ବାଣିଜ୍ୟ

ସୋନିର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨୨ା୩: ସୋନି ଇଣ୍ଡିଆର ନୂତନ ଉତ୍ପାଦ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷ କରି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ସୋନିର ନ୍ୟୁ ଆଲଫା ୭ଆର ଭି କ୍ୟାମେରାର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଲଫା ମିରରଲେସ୍‌ ଇରଚେଞ୍ଜବଲ୍‌ ଲେନ୍ସ କ୍ୟାମେରାର ପ୍ରଶଂସିତ ଆଲଫା ୭ଆର ଭିକୁ ନୂତନ ଆର ସିରିଜ କ୍ୟାମେରା ଭାବେ ଘୋଷଣା କରାଯାଇଛି। ଏହି ଆଲଫା ୭ଆର ଭି ସୋନିର ସର୍ବୋଚ୍ଚ ରିଜୋଲ୍ୟୁଶନ୍‌ ଇମେଜ୍‌ ସେନ୍ସରକୁ ଏକ ନୂତନ ଏଆଇ ପ୍ରୋସେସିଂ ୟୁନିଟ୍‌ ସହ ସଂଯୋଗ କରେ। ସୋନି ଆଲଫା ୭ଆର କୌଣସି ଆଲଫା କ୍ୟାମେରାରେ ୬୧.୦ଏମ୍‌ପି ସ୍ଥିର ଫଟୋ ସବୁଠାରୁ ପ୍ରଭାବଶାଳୀ ୮ଷ୍ଟେପ୍‌ ଇମେଜ୍‌ ସ୍ଥିରତା ପ୍ରଣାଳୀ ପ୍ରଦାନ କରିବା ସହ ସଂଶୋଧିତ ୮କେ ମୁଭି ଆଉଟପୁଟ, ଏକ ନୂତନ ୪ ଆକ୍ସିସ ମଲ୍ଟି-ଆଙ୍ଗଲ ମନିଟର, ହାଇ-ସ୍ପିଡ୍‌ କମ୍ୟୁନିକେଶନ୍‌ ଫଙ୍କଶନ୍‌, ଉଚ୍ଚସ୍ତରୀୟ ଅପରେବିଲିଟି ଏବଂ ସ୍ମୁଥ୍‌ ୱାର୍କଫ୍ଲୋ ଇିଗ୍ରେସନ୍‌ ପ୍ରଦାନ କରୁଛି। ଏ ସମ୍ପର୍କରେ ସୋନି ଇଣ୍ଡିଆର ଡିଜିଟାଲ୍‌ ଇମେଜିଂ ବିଜନେସ୍‌ ମୁଖ୍ୟ ମୁକେଶ ଶ୍ରୀବାସ୍ତବ କହିଛନ୍ତି, ଆମେ ଅତ୍ୟାଧୁନିକ ଆଲଫା ୮ଆର କ୍ୟାମେରାକୁ ଉଚ୍ଚ ରିଜୋଲ୍ୟୁଶନ୍‌ ଏବଂ ଅତ୍ୟନ୍ତ ଉନ୍ନତ ଏଆଇ ପ୍ରୋସେସିଂ ୟୁନିଟ୍‌ ସହିତ ଉପସ୍ଥାପନ କରିବାକୁ ଉସତ୍ାହିତ ଅଛୁ, ଯାହା ଶ୍ରେଷ୍ଠ-ଶ୍ରେଣୀ ଅଟୋଫୋକସ୍‌ ପ୍ରଦର୍ଶନ ପ୍ରଦାନ କରେ। ଆମର ଆଲଫା ୭ ଆର ଲାଇନ୍‌ଅପ୍‌ରେ ଏହି ନୂତନ ସଂଯୋଗ ସର୍ବଶ୍ରେଷ୍ଠ ଇମେଜିଂ ଅଭିଜ୍ଞତା ଏବଂ ବ୍ୟବସାୟୀମାନଙ୍କୁ ସ୍ବାଧୀନତା ପ୍ରଦାନ କରିବାର ଏକ ପ୍ରୟାସ ବୋଲି ଶ୍ରୀବାସ୍ତବ ମତପ୍ରକାଶ କରିଛନ୍ତି।

Share