Categories: ବାଣିଜ୍ୟ

ସୋନିର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୧୮।୫: ସୋନି ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ଡବ୍ଲ୍ୟୁଏଫ୍‌-ଏଲ୍‌ଏସ୍‌୯୦୦ଏନ୍‌’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଆର୍ଥ ବ୍ଲୁ ରଙ୍ଗରେ ନଏଜ୍‌ କ୍ୟାନ୍‌ସେଲେସନ୍‌ ସୁବିଧା ଥିବା ଓୟାର ଲେସ୍‌ ଇୟର ବଡ୍‌ ଡବ୍ଲ୍ୟୁଏଫ୍‌-ଏଲ୍‌ଏସ୍‌୯୦୦ଏନ୍‌ର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୨ ନଭେମ୍ଭରରୁ ଏହାର କଳା ଓ ଧଳା ରଙ୍ଗର ଇୟର ବଡ୍‌ ବଜାରରେ ଉପଲବ୍ଧ ହେଉଥିବା ବେଳେ ବର୍ତ୍ତମାନ ବ୍ଲୁ ରଙ୍ଗର ଇୟର ବଡ୍‌ ବଜାରରେ ବିକ୍ରି ଲାଗି ଉପଲବ୍ଧ। ଅପରପକ୍ଷରେ ସୋନି ପକ୍ଷରୁ ‘ରୋଡ୍‌ ଟୁ ଜିରୋ’ ନାମକ ଦୀର୍ଘମିଆଦୀ ପରିବେଶ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି, ଯାହାର ଲକ୍ଷ୍ୟ ହେଉଛି ୨୦୫୦ ସୁଦ୍ଧା ପରିବେଶ ପ୍ରଭାବକୁ ଶୂନ କରିବା। ଏହାର ଅଂଶ ଭାବେ ମଧ୍ୟବର୍ତ୍ତିକାଳୀନ ଲକ୍ଷ୍ୟ ଭାବେ ‘ଗ୍ରୀନ୍‌ ମ୍ୟାନେଜମେଣ୍ଟ ୨୦୨୫’ ଲାଗୁ କରାଯାଇଛି, ଯାହା ୨୦୨୦-୨୧ରୁ କାର୍ଯ୍ୟକାରୀ ହୋଇଛି ଓ ୨୦୨୪-୨୫ ପର୍ଯ୍ୟନ୍ତ ଚାଲିବ।

Share