Categories: ବାଣିଜ୍ୟ

ସୋନିର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୩।୭: ସୋନି ଇଣ୍ଡିଆର ନୂତନ ଉତ୍ପାଦ ‘ଏମ୍‌ଡିଆର୍‌-ଏମ୍‌ଭି୧ ରେଫରେନ୍ସ ମନିଟର ହେଡ୍‌ଫୋନ୍‌’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷ କରି ପ୍ରଫେସନାଲ ସାଉଣ୍ଡ୍‌ ଇଞ୍ଜିନିୟର ଓ ସଙ୍ଗୀତ ସ୍ରଷ୍ଟାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ଏଭଳି ଏକ ଉତ୍ପାଦ ପ୍ରସ୍ତୁତ କରାଯାଇଥିବା ଜଣାପଡିଛି। ଏପରିକି ଏଥିରେ ଉନ୍ନତ ସାଉଣ୍ଡ୍‌ ସହିତ ଦୀର୍ଘସ୍ଥାୟିତ୍ୱ ଓ ଭରସାର ମିଶ୍ରଣ ରହିଛି। ସେହିଭଳି ଏହାର ଓପନ୍‌ ବ୍ୟାକ୍‌ ଡିଜାଇନ୍‌ଗୁଡିକ ୩୬୦ଂ ରିଅଲିଟି ଅଡିଓ, ଷ୍ଟେରିଓ ସାଉଣ୍ଡ୍‌ ସହିତ ଉଚ୍ଚମାନର ରିଜଲ୍ୟୁଶନ ଦକ୍ଷତା ଆଦିର ମିଶ୍ରଣ କରିବାରେ ସହାୟକ ହେବ। ସେହିପରି ସୋନି ଇଣ୍ଡିଆ ପକ୍ଷରୁ ସି-୮୦ ମାଇକ୍ରୋଫୋନ୍‌ର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ସୋନି ଇଣ୍ଡିଆର ଅଡିଓ ବିଜନେସ୍‌ ମୁଖ୍ୟ ସୋହେଇ ଟୋୟୋଡା କହିଛନ୍ତି, ଜାଗତିକ ସ୍ବର ଓ ଉଚ୍ଚମାନର ଷ୍ଟ୍ରିମିଂ ସଙ୍ଗୀତ ସେବାରେ ବୃଦ୍ଧି ହେବା ସହ ହେଡ୍‌ଫୋନ୍‌ ଚାହିଦାରେ ବୃଦ୍ଧି ହୋଇଥିବା ଆମେ ଦେଖିପାରୁଛୁ, ଯାହା ଏହି ଆବଶ୍ୟକତାଗୁଡ଼ିକୁ ପୂରଣ କରିପାରିବ।

Share