Categories: ବାଣିଜ୍ୟ

ସୋନିର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୧୭।୭: ସୋନି ଇଣ୍ଡିଆର ନୂତନ ଉତ୍ପାଦ ତଥା ନୂଆ ପାର୍ଟି ସ୍ପିକର ଏସ୍‌ଆର୍‌ଏସ୍‌-ଏକ୍ସଭି୮୦୦କୁ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି ଏଥିରେ ସବୁ ଦିଗକୁ ମୁହଁ କରିଥିବା ପାର୍ଟି ସାଉଣ୍ଡ ରହିଛି, ଯାହା କୋଠରିର ପ୍ରତିଟି କୋଣରେ ସ୍ପଷ୍ଟ ସାଉଣ୍ଡ ପହଞ୍ଚାଇବ। ଏକ୍ସ-ବାଲାନ୍ସ ସ୍ପିକର ୟୁନିଟ୍‌ର ଡିଜାଇନ ଶକ୍ତିଶାଳୀ ଓ ଗଭୀର ବେସ୍‌ ଉପତ୍ନ୍ନ କରିବ। ଏପରିକି ସାମ୍ନା ଓ ପଛ ସ୍ପିକରରେ ୫ ଟୁଇଟର ସ୍ପଷ୍ଟ ଓ ଉଚ୍ଚ ମାନର ସାଉଣ୍ଡ ପ୍ରଦାନ କରିବ। ଏସ୍‌ଆର୍‌ଏସ୍‌-ଏକ୍ସଭି୮୦୦ରେ ଏକ ବୃହତ୍‌ ବ୍ୟାଟେରି ରହିଛି, ଯାହା ୨୫ ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ମାତ୍ର ୧୦ ମିନିଟ୍‌ ଚାର୍ଜକଲେ ତାହା ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିପାରିବ। ସେହିଭଳି ଟିଭି ଦେଖିବା ବେଳେ ମଧ୍ୟ ଏସ୍‌ଆର୍‌ସି-ଏକ୍ସଭି୮୦୦କୁ ବ୍ୟବହାର କରାଯାଇପାରିବ। ଏହାର ଟିଭି ସାଉଣ୍ଡ୍‌ ବୁଷ୍ଟର ଟିଭିରେ କୌଣସି କାର୍ଯ୍ୟକ୍ରମକୁ ଉପଭୋଗ କରିବା ବେଳେ ଏକ ଉନ୍ନତ ଅନୁଭୂତି ପ୍ରଦାନ କରିବ।

Share