Categories: ବାଣିଜ୍ୟ

ସୋନିର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୨୧।୯: ସୋନି ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ସୋନି ଜେଡ୍‌ଭି-୧-୨ କ୍ୟାମେରା’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ବ୍ରାଣ୍ଡର ଭ୍ଲଗ୍‌ କ୍ୟାମେରା ସିରିଜ୍‌ରେ ଜେଡ୍‌ଭି-୧ର ସମ୍ପୂର୍ଣ୍ଣ ନୂଆ ତଥା ୨ୟ ପିଢ଼ିର ସୋନି ଜେଡ୍‌ଭି-୧-୨ କ୍ୟାମେରାକୁ କମ୍ପାନୀ ବୁଧବାର ଆନୁଷ୍ଠାନିକ ଭାବେ ବଜାର ପ୍ରବେଶ କରାଇଛି; ଯେଉଁଥିରେ ବଜାରରେ ଲୋକପ୍ରିୟ ଥିବା ଅନେକ ସୁବିଧା ଓ ଫିଚର ଉପଲବ୍ଧ।

ଏଥିରେ ଅତ୍ୟଧିକ ଚଉଡ଼ା ଆଙ୍ଗେଲ ରହିଛି, ଯାହା ବ୍ଲଗରମାନଙ୍କୁ ଅନେକ ସୁବିଧା ସହ କାହାଣୀକୁ ମର୍ମସ୍ପର୍ଶୀ କରିବା ଏବଂ ଫଟୋ ଜେନିକ୍‌ ମାନ ବଢ଼ାଇବାରେ ଏହା ବେଶ୍‌ ସହାୟକ ହେବ। ଏହାର ୧.୦ ପ୍ରକାର ଏକ୍ସମର୍‌ ଆର୍‌ଏସ୍‌ ଇମେଜ୍‌ ସେନ୍‌ସନ୍‌, ବିଆଇଓଏନ୍‌ଜେଡ୍‌ ଏ୍‌ସ ଇମେଜ୍‌ ପ୍ରୋସେସିଂ ଇଞ୍ଜିନ, ଜେଡ୍‌ଇଆଇଏସ୍‌ଏସ୍‌ ଭାରିଓ-ସୋନାର ଟିମ୍‌ ୧୮-୫୦ ଏଫ୍‌ ୧.୮-୪ ଲେନ୍ସକୁ ନେଇ ଜେଡ୍‌ଭି-୧-୨ କ୍ରିଏଟରମାନଙ୍କୁ ଅନେକ ସୁବିଧା ସୁଯୋଗ ପ୍ରଦାନ କରିବ। ଏହାର ୧୮-୫୦ ଏମ୍‌ଏମ୍‌ ଚଉଡ଼ା ଆଙ୍ଗେଲ ଜରିଆରେ ଗ୍ରୁପ୍‌ ସେଲ୍‌ଫିଠାରୁ ଆରମ୍ଭକରି ନିତିଦିନିଆ ଦୃଶ୍ୟର ରେକର୍ଡିଂ, ଏକାଧିକ ଚେହେରାକୁ ଚିହ୍ନିପାରିବା ଏବଂ ୨କିମ୍ବା ୩ ଜଣଙ୍କ ସେଲ୍‌ଫି ନେବା ବେଳେ ମୁଖମଣ୍ଡଳକୁ ସ୍ପଷ୍ଟ କରାଯାଇପାରିବ।

ଏହି କ୍ୟାମେରାର ୧୮-୫୦ ଏମ୍‌ଏମ୍‌ ଅପ୍ଟିକାଲ୍‌ ଜୁମ୍‌ ଓ କ୍ଲିୟର ଇମେଜ୍‌ ଜୁମ୍‌ ଛବିର ମାନ ସହ କୌଣସି ସାଲିସ ନ କରି ତାହାର ଆକାର ବଢ଼ାଇପାରିବ ଏବଂ ବିଭିନ୍ନ କୋଣରୁ ବିବିଧ ପ୍ରକାର ଭିଡିଓ ପ୍ରସ୍ତୁତ କରିପାରିବ। ବୁକେ ସ୍ବିଚ୍‌ ସହିତ ଏହାର ୧.୦ ଟାଇପ୍‌ ସେନ୍‌ସର, ସିନେମାଟିକ୍‌ ବ୍ଲ୍ଲଗ୍‌ ସେଟିଂ ମଧ୍ୟ ବ୍ଲ୍ଲଗରଙ୍କ ବହୁ କାମରେ ଲାଗିବ। ସେହିଭଳି ୧୦ପ୍ରି-ସେଟ୍‌ ହୋଇଥିବା ଲୁକ୍‌କୁ ସମର୍ଥନ କରୁଥିବା କ୍ରିଏଟିଭ୍‌ ଲୁକ୍‌କୁ ଆଙ୍କରିଂ କରିବା ସହ କ୍ରିଏଟିଭ୍‌ କାମ କରିବାକୁ ପସନ୍ଦ କରୁଥିବା ବ୍ଲଗରଙ୍କୁ ସହାୟକ ହେବ। ସାର୍ପ ହାଇବ୍ରିଡ୍‌ ଏଏଫ୍‌ ସିଷ୍ଟ୍‌ ଜରିଆରେ ଏହି କ୍ୟାମେରା ହାଇଡେଫିନେସନ୍‌ ୪କେ’ରେ ମଧ୍ୟ ଛବିକୁ ସ୍ପଷ୍ଟ ରଖିବ।

ଭିଡିଓ ରେକର୍ଡିଂ ବେଳେ ଫୋକସ୍‌ ସ୍ପିଡ୍‌କୁ ଚୟନ କରିବା ଲାଗି କ୍ୟାମେରାରେ ଏଏଫ୍‌ ଟ୍ରାଞ୍ଜିସନ୍‌ ସ୍ପିଡ୍‌ ସୁବିଧା ରହିଛି ଏବଂ ଏଏଫ୍‌ ସବ୍‌ଜେଷ୍ଟ୍‌ ସିଫ୍‌ଟ ସେନ୍‌ସିଭିଟି ବିଷୟ ଓ ପରିବେଶ ଉପରେ ନଜର ରଖିବ। ଏଥିରେ ରିଅଲ ଟାଇମ୍‌ ଏଏଫ୍‌ ମଧ୍ୟ ରହିଛି। ଉଲ୍ଲେଖଯୋଗ୍ୟ, ଉକ୍ତ କ୍ୟାମେରାରେ ଥିବା ବିଲ୍‌ଡ ଇନ୍‌ ମାଇକ୍ରୋଫୋନ୍‌ ବ୍ୟାଖ୍ୟାନର ସୁଟିଂ କରାଯାଇପାରିବ।

Share