ନୂଆଦିଲ୍ଲୀ: ସୋନି ଇଣ୍ଡିଆ ପକ୍ଷରୁ ବହୁ ପ୍ରତୀକ୍ଷିତ ପରବର୍ତ୍ତୀ ପିଢ଼ିର ଡବ୍ଲ୍ୟୁଏଚ୍-୧୦୦୦ଏକ୍ସଏମ୍-୪ ହେଡ୍ଫୋନର ଶୁଭାରମ୍ଭ କରାଯାଇଛି। ଏହି ଲୋକପ୍ରିୟ ମଡେଲ ଦ୍ୱାରା ଗ୍ରାହକ ସୋନିର ସ୍ବତନ୍ତ୍ର ଅଡିଓ ସେବା ପାଇପାରିବେ। ଏହା ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଛି। ସେହିଭଳି ଏଥିରେ ବିଭିନ୍ନ ଫିଚର ସହ ୩୦ ଘଣ୍ଟାର ବ୍ୟାଟେରି ଲାଇଫ, ୫ଘଣ୍ଟାର ପ୍ଲେ ବ୍ୟାକ ପାଇଁ ୧୦ ମିନିଟର କୁଇକ୍ ଚାର୍ଜ, କଲ୍ ଏବଂ ମ୍ୟୁଜିକ ପାଇଁ ୨ଟି ଡିଭାଇସ ପଏଣ୍ଟ ସୁବିଧା ରହିଛି। ଏହି ହେଡ୍ ଫୋନ ଉଚ୍ଚ ଏବଂ ମଧ୍ୟମ ଫ୍ରିକ୍ୱେନ୍ସି ଶଦ୍ଦ ହ୍ରାସ କରି ସୋନିର ସର୍ବୋତ୍ତମ ନଏଜ କ୍ୟାନସେଲେସନ କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ। ଏହି ହେଡ୍ ଫୋନଗୁଡିକରେ ପ୍ରତି ଇୟର କପ ସହ ୨ଟି ମାଇକ୍ରୋଫୋନର ସୁବିଧା ରହିଛି। ଏହି ମଡେଲର ଦାମ ପ୍ରାୟ ୨୯,୯୯୦ ଟଙ୍କା ଥିବାବେଳେ ୧୮ ସେପ୍ଟେମ୍ବରରୁ ବଜାରରେ ଏହା ଉପଲବ୍ଧ ହେଉଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।