Categories: ବାଣିଜ୍ୟ

ସୋନିର ଓଏଲ୍‌ଇଡି ସିରିଜ୍‌ ଟିଭି ଉନ୍ମୋଚିତ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ୍‌ ସୋନି ଇଣ୍ଡିଆ ପକ୍ଷରୁ ନିକଟରେ ସୋନିର ଓଏଲ୍‌ଇଡି ସିରିଜ୍‌ ଟିଭିର ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷ କରି କଗ୍ନିଟିଭ୍‌ ପ୍ରୋସେସର ଏକ୍ସଆର୍‌ ଥିବା ନ୍ୟୁ ସୋନି ବ୍ରାଭିଆ ଏକ୍ସଆର୍‌ ଏ୮୦ଏଲ୍‌ ଓଏଲ୍‌ଇଡି ଟିଭିର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ସେହିଭଳି ଏହି ଓଏଲ୍‌ଇଡି ସିରିଜ୍‌ରେ ସଦ୍ୟତମ ଏକ୍ସଆର୍‌ ୪କେ ଅପ୍‌ସ୍କେଲିଂ, ଏକ୍ସଆର୍‌ କ୍ଲିୟର ଇମେଜ୍‌ ଓ ଏକ୍ସଆର୍‌ ଓଏଲ୍‌ଇଡି ମୋଶନ ପ୍ରଯୁକ୍ତି ଆଦି ରହିଛି, ଯାହା ଜରିଆରେ ଉପଭୋକ୍ତା ସୁବିଧାର ସହ ଉଜ୍ଜ୍ୱଳ ଏବଂ ବିନା ଝାପ୍‌ସାରେ ସ୍ପଷ୍ଟ ଚିତ୍ର ଦେଖିବାର ମଜା ନେଇପାରିବେ। ଏଥିରେ ଥିବା ଟ୍ରିଲୁମିନଓ ପ୍ରୋ ପ୍ରଯୁକ୍ତି ପ୍ରତିଟି ବିବରଣୀ ପ୍ରଦାନ କରିବ ଏବଂ ଏକ୍ସ-ୱାଇଡ୍‌ ଆଙ୍ଗେଲ ଯେ କୌଣସି ଦିଗରୁ ସୁନ୍ଦର ରଙ୍ଗ ପ୍ରଦାନ କରିବ। ସେହିପରି ସୁପର ଫ୍ଲୁଇଡ୍‌ ଗୁଗଲ୍‌ ଟିଭି ୟୁଜର ଇଣ୍ଟରଫେସ୍‌ ସହିତ ହାଣ୍ଡସ୍‌ଫ୍ରି ଭଏସ୍‌ ସର୍ଚ୍ଚ ଜରିଆରେ ୧୦,୦୦୦ରୁ ଅଧିକ ଆପ୍‌ ଓ ଗେମ୍‌ ଏବଂ ୭,୦୦,୦୦୦ ସିନେମା ଓ ଟିଭି ସିରିଜ୍‌ ମାଧ୍ୟମରେ ଅସୀମିତ ମନୋରଞ୍ଜନ ହାସଲ କରିହେବ। ଆପଲ୍‌ ଏୟାରପ୍ଲେ ୨ ଓ ହୋମ୍‌ କିଟ୍‌ରେ ମଧ୍ୟ ଏହା ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବ। ଅଟୋ ଜୁନିୟର ପିକ୍ଚର ମୋଡ୍‌, ଅଟୋ ଏଚ୍‌ଡିଆର୍‌ ଟୋନ୍‌, ଏଚ୍‌ଡିଏମ୍‌ଆଇ ୨.୧, ୪କେ ୧୨୦ ଏଫ୍‌ପିଏସ୍‌, ଭିଆରଆର, ଏଏଲ୍‌ଏଲ୍‌ଏମ୍‌ ଶ୍ରେଷ୍ଠ ଗେମିଂ ଅନୁଭୂତି ପ୍ରଦାନ କରିବ। ଏଥିରେ ୩ଡି ସରାଉଣ୍ଡ୍‌ ସାଉଣ୍ଡ୍‌, ଅକୋଷ୍ଟିକ୍‌ ଅଟୋ କାଲିବ୍ରେସନ୍‌ ପ୍ରଯୁକ୍ତି ଆଦି ରହିଛି। ଏକ୍ସଆର୍‌-୫୫ଏ୮୦ଏଲ୍‌, ଏକ୍ସଆର୍‌ ୭୭ଏ୮୦ଏଲ୍‌, ଏକ୍ସଆର୍‌-୮୩ଏ୮୦ଏଲ୍‌ର ଦାମ୍‌ ଘୋଷଣା ହେବାକୁ ବାକି ଥିବା ବେଳେ ଏକ୍ସଆର୍‌-୬୫ଏ୮୦ଏଲ୍‌ର ଦାମ୍‌ ୩,୪୯,୯୦୦ ଟଙ୍କା ରହିଛି।

Share