Categories: ଖେଳ

ଜାମିନରେ ଆସି ପୃଥ୍ବୀ ଶ’ଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଲେ ସପ୍‌ନା

ନୂଆଦିଲ୍ଲୀ,୨୧।୨: କ୍ରିକେଟର ପୃଥ୍ବୀ ଶ’ଙ୍କ ଉପରେ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ସପ୍‌ନା ଗିଲକଙ୍କୁ ମୁମ୍ବାଇ କୋର୍ଟ ସୋମବାର ଜାମିନ ପ୍ରଦାନ କରିଛନ୍ତି। ତେବେ ସପ୍‌ନାଙ୍କ ଜାମିନ ମିଳିବା ପରେ ସେ ପୃଥ୍ବୀ ଶ’ ଏବଂ ବନ୍ଧୁ ଆଶିଷ ଯାଦବଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ପ୍ରଥମେ କ୍ରିକେଟର ଏବଂ ତାଙ୍କ ସାଙ୍ଗ ଆମକୁ ଉତ୍ତେଜିତ କରିଥିଲେ।
ସପ୍‌ନା ଗିଲ ପ୍ରକାଶ କରିଛନ୍ତି, ସେ ତାଙ୍କ ବନ୍ଧୁଙ୍କ ସହ ଫେବୃୟାରୀ ୧୫ରେ ଏକ କ୍ଲବକୁ ଯାଇଥିଲେ, ସେତେବେଳେ ସେମାନେ କ୍ରିକେଟରଙ୍କୁ ଦେଖିଥିଲେ। ଆଉ ତାଙ୍କ ସହ ସେଲଫି ନେବାକୁ ବନ୍ଧୁ ଶୋଭିତ ଠାକୁର ପୃଥ୍ବୀ ଶ’ଙ୍କ ନିକଟକୁ ଯାଇଥିଲେ। ହେଲେ ଏଥିରେ ଉତ୍ତେଜିତ ହୋଇ କ୍ରିକେଟର ବନ୍ଧୁଙ୍କ ଫୋନକୁ ଫୋପାଡି ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

Share