ନୂଆଦିଲ୍ଲୀ, ୧୫।୪: ଭାରତରେ କୋଭିଡ୍ ଟିକାକରଣରେ ତୃତୀୟ ଟିକା ଭାବେ ସାମିଲ ହେବାକୁ ଯାଉଥିବା ସ୍ପୁଟ୍ନିକ ଭି ଖୁବ୍ଶୀଘ୍ର ଭାରତରେ ପହଞ୍ଚତ୍ବ। ଭାରତରେ ଏହାର ପାର୍ଟନର ଥିବା ଡ. ରେଡିସ୍ ଲାବରେଟୋରିଜ୍ ଚଳିତ ତ୍ରୟମାସିକ ସୁଦ୍ଧା ଏହାର ଯୋଗାଣ ଆରମ୍ଭ କରିବାକୁ ଥିବାବେଳେ ବର୍ତ୍ତମାନ ପାଇଁ ଉକ୍ତ ଟିକା ରୁଷିଆରୁ ଆମଦାନି କରାଯିବ। ରୁଷିଆର ଗାମାଲେୟା ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିତ ଭାବେ ସ୍ପୁଟ୍ନିକ ଭି ଭ୍ୟାକ୍ସିନର ବିକାଶ କରିଛନ୍ତି। ଭାରତରେ ବର୍ଷକୁ ୮୫ କୋଟିରୁ ଅଧିକ ଡୋଜ୍ ସ୍ପୁଟ୍ନିକ ଭି ଟିକା ପ୍ରସ୍ତୁତ ହେବ ବୋଲି ରୁଷିଆର ଆର୍ଡିଆଇଏଫ୍ ପକ୍ଷରୁ କୁହାଯାଇଛି।