ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଖୁବ୍‌ଶୀଘ୍ର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଯଦି ତ୍ରୁଟି ଅଛି ତେବେ…

ଭୁବନେଶ୍ୱର,୯ା୧୦: ବୁଧବାର ଅର୍ଥାତ୍‌ ୯ ତାରିଖରେ ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ୫୦୦୦ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି। ତେବେ ଖୁବ୍‌ଶୀଘ୍ର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏଯାବତ୍‌ ୧ କୋଟି ୫୦ ହଜାର ମହିଳା ରେଜିଷ୍ଟ୍ରେଶନ କରିସାରିଛନ୍ତି। ୨ଟି ପର୍ଯ୍ୟାୟରେ ମୋଟ୍‌ ୬୦ ଲକ୍ଷ ମହିଳାଙ୍କୁ ସହାୟତା ରାଶି ମିଳିସାରିଛି।

ଖୁବ୍‌ଶୀଘ୍ର ତୃତୀୟ ପର୍ଯ୍ୟାୟରେ ବାକି ହିତାଧିକାରୀଙ୍କୁ ଟଙ୍କା ଦେବୁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏନ୍‌ପିସିଆଇ କ୍ଲିୟରାନ୍ସ ପରେ ଆଜି ୩୫ ଲକ୍ଷ ମହିଳାଙ୍କୁ ଟଙ୍କା ଦିଆଯାଇଛି। କୌଣସି ଯୋଗ୍ୟ ହିତାଧିକାରୀଙ୍କ ଆବେଦନପତ୍ର ଖାରଜ କରାଯିବନି। ଘରକୁ ଘର ଯାଇ, ବ୍ଲକ ବା ଜିଲା ପ୍ରଶାସନ ଜରିଆରେ ଯୋଗ୍ୟ କରିବୁ। ଯେଉଁମାନେ ନ ପାଇ ୨ ଥର ଆବେଦନ କରୁଛନ୍ତି, ସେମିତି କରିବା ଅନାବଶ୍ୟକ। ଆଉ ଆବେଦନ ନ କରି କଣ ତ୍ରୁଟି ଅଛି ତାକୁ ସଂଶୋଧନ କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଖୁବ୍‌ଶୀଘ୍ର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ବୋଲି ସେ କହିଛନ୍ତି।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ଆପଣ ସୁଭଦ୍ରାରେ ଅକ୍ଟୋବର ୭ ଭିତରେ ଆପ୍ଲାଏ କରିଛନ୍ତି ସେମାନଙ୍କ ଆକାଉଣ୍ଟକୁ ଆଜି ଟଙ୍କା ଆସିବ। ଯଦି ଟଙ୍କା ଆସିନାହିଁ ତେବେ ସୁଭଦ୍ରା ଯୋଜନା ଫର୍ମରେ ଥିବା ଆପ୍ଲିକେସନ ନମ୍ବର ରସିଦ ନେଇ ଜନ ସେବା କେନ୍ଦ୍ରରେ ନିଜର ଷ୍ଟାଟସ ଦେଖନ୍ତୁ । ଯାହା ଫଳରେ ଆପଣଙ୍କ ଆବେଦନ ପେଣ୍ଡିଙ୍ଗ ଅଛି କି ରିଜେକ୍ଟ ହୋଇଛି ଜଣା ପଡିବ। ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବେ। ଯଦି ପ୍ରଥମ କିସ୍ତି ଯାଇ ନ ଥିବ ତେବେ ମାର୍ଚ୍ଚ ୮ରେ ସମସ୍ତଙ୍କୁ ଏକକାଳୀନ ୨ଟି କିସ୍ତି ଟଙ୍କା ମିଳିବ।

ସୁଭଦ୍ରାର ଫର୍ମ ପୂରଣବେଳେ ତାର ପଞ୍ଜିକରଣ ଫର୍ମ ସହ ଆପଣଙ୍କୁ କିଛି ଜରୁରୀ ଡକ୍ୟୁମେଣ୍ଟ ଦେବାକୁ ପଡିବ। ଯଦି ଆପଣ ଏହି ଦରକାରୀ ଡକ୍ୟୁମେଣ୍ଟ ଦାଖଲ କରି ନ ଥିବେ ଓ ଫର୍ମରେ ଠିକ ସୂଚନା ଦେଇ ନଥିବେ ତେବେ ଆପଣଙ୍କ ଆବେଦନ କଟି ଯାଇପାରେ। ଏହାପରେ ବି ଆପଣ ପୁନଃ ଆବେଦନ କଲେ ଆପଣଙ୍କୁ ଟଙ୍କା ମିଳିବ ନାହିଁ। ଆବେଦନକାରୀଙ୍କ ନାଁରେ ଆଧାର କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ । ବ୍ୟାଙ୍କ ସହ ଆଧାର ସଂଯୋଗ ହୋଇଥିବା ଜରୁରୀ। ତା’ସହିତ ହିତାଧିକାରୀଙ୍କ ମୋବାଇଲ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ ହୋଇଥିବା ଆବଶ୍ୟକ। ଏଥିସହ ସୁଭଦ୍ରା ଫର୍ମ ଦାଖଲବେଳେ ଆପଣଙ୍କୁ ଆଧାରର ଜେରକ୍ସ ସହ ରାସନ କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଖାତାର ଜେରକ୍ସ ଦାଖଲ କରିବା ଜରୁରୀ। ଏଥିସହ ବାୟୋମେଟ୍ରିକ ବି ସଠିକ ଭାବେ ଦେଇଥିବା ଦରକାର।

ସୂଚନାଥାଉ କି, ହିତାଧିକାରୀଙ୍କ ଆକାଉଣ୍ଟକୁ ବୁଧବାର ମଧ୍ୟାହ୍ନ ୧୨ଟା ପୂର୍ବରୁ ଟଙ୍କା ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ପ୍ରଭାତୀ କହିଛନ୍ତି, ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଠାଇବେ। ଏନ୍ସିପିଆଇ କ୍ଲିୟରାନ୍ସ ଥିବା ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ। ଏ ପର୍ଯ୍ୟନ୍ତ ଏହି ଯୋଜନାରେ ସାମିଲ ହେବାକୁ ୧ କୋଟି ୨୦ ହଜାରରୁ ଅଧିକ ମହିଳା ହିତାଧିକାରୀ ପଞ୍ଜୀକରଣ କରିସାରିଲେଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ସୁଭଦ୍ରା ଯୋଜନାରେ କୋଟିଏରୁ ଅଧିକ ହିତାଧିକାରୀଙ୍କୁ ପଞ୍ଜୀକୃତ କରିବା ଏକ ବଡ଼ ଉପଲବ୍ଧି ହେବ ବୋଲି ପ୍ରଭାତୀ କହିଛନ୍ତି। ସୁଭଦ୍ରା ଯୋଜନା ସମ୍ବନ୍ଧୀୟ ସମସ୍ତ ଖବର ପାଇଁ ପ୍ରସ୍ତୁତ ଅଫିସିଆଲ ୱେବସାଇଟ କିମ୍ବା ଅଫିସିଆଲ ସୋସିଆଲ ମିଡିଆକୁ ଅନୁସରଣ କରନ୍ତୁ କିମ୍ବା ଟୋଲ ଫ୍ରି ନମ୍ବର(୧୪୬୭୮)କୁ କଲ କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୦୨୫ ଟି ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ଓଡ଼ିଶା ସରକାର

ଭୁବନେଶ୍ୱର,୯ା୧୦: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନୂତନ ଭାବେ ସୃଷ୍ଟି ହୋଇଥିବା ଲିଭ ଟ୍ରେନିଂ ରିଜର୍ଭ (LTR) ପୋଷ୍ଟ ପାଇଁ ଓଡ଼ିଶା କର୍ମଚାରୀ ଚୟନ...

ନୀଳ ଗାମୁଛାକୁ ମନ୍ତ୍ରୀ, ଏମ୍‌ପିଙ୍କ…

ଛତ୍ରପୁର,୯ା୧୦(ସନ୍ତୋଷ ପାଢ଼ୀ): ଦୀର୍ଘ ୧୫ ମାସ ପରେ ବୁଧବାର ଗଞ୍ଜାମ ଜିଲା ପରିଷଦ ବୈଠକ ଋଷିକୁଲ୍ୟା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ପ୍ରତି ୩ ମାସକୁ...

ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କରି ୧୪ ବର୍ଷ ଜେଲ୍‌ଦଣ୍ଡ ଭୋଗିବେ ଅଭିଯୁକ୍ତ

ବରଗଡ଼,୯ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ରେଙ୍ଗାଲି କ୍ୟାମ୍ପ ଅଞ୍ଚଳରେ୨୦୧୪ ନଭେମ୍ବରରେ ସଂଘଟିତ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଏବଂ ଗର୍ଭପାତ ମାମଲାର ରାୟ ବୁଧବାର...

ମୁଖ୍ୟମନ୍ତ୍ରୀଙ୍କ ଗାଁ ରାସ୍ତା ଶୋଚନୀୟ, ବିଭାଗର ନଜର ନାହିଁ

କେନ୍ଦୁଝର,୯ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ଓ ରାଇକଳା ପଞ୍ଚାୟତ ସଂଯୋଗ କରୁଥିବା ରାସ୍ତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ...

ରାତିରେ ତାଲା ଭାଙ୍ଗି ବିଦ୍ୟାଳୟରୁ ଚୋରି କରିନେଲେ ବସ୍ତାବସ୍ତା ଚାଉଳ

ଝରିଗାଁ,୯ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚାଉଳ ମହଜୁଦ ଘରର ତାଲା ଭାଙ୍ଗି ବସ୍ତାବସ୍ତା ଚାଉଳ...

ବଡ଼ ସୂଚନା: ବାରିପଦାରେ ହେବ କଳାବାଘ ସଫାରୀ

ଭୁବନେଶ୍ୱର,୯।୧୦: ଖୁବଶ୍ରୀର୍ଘ ବାରିପଦାରେ ଏକ କଳାବାଘ ସଫାରୀ ହେବ ବୋଲି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ବୁଧବାର ଏକ ବଡ଼ ସୂଚନା ଦେଇଛନ୍ତି। କଳାବାଘ ସଫାରୀ...

ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗ ଆସିଲା ହାଇକୋଟର୍ଙ୍କ ବଡ଼ ରାୟ: ଅଧକ୍ଷା ପ୍ରିୟଙ୍କା ଗୌଡଙ୍କୁ ଝଟ୍‌କା

ପୁରୁଷୋତ୍ତମପୁର,୯।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗ ଉପରେ ହାଇକୋର୍ଟ ୪୪ ପୃଷ୍ଠାର ଏକ ବଡ଼ ରାୟ ଦେଇଛନ୍ତି। କୋର୍ଟଙ୍କ...

ଭୁଶୁଡ଼ିଲା ନିର୍ମାଣାଧୀନ ଛାତ, ଫସିଛନ୍ତି ଶ୍ରମିକ

ଢେଙ୍କାନାଳ,୯ା୧୦: ଏନ୍‌ଏଚ୍‌-୫୫ ମହିଷାପାଟ ନିକଟରେ ନିର୍ମାଣାଧୀନ କୋଠାର ଛାତ ପଡ଼ିବା ବେଳେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଛାତ ପଡୁଥିବା ସମୟରେ ଭୁଶୁଡ଼ି ପଡ଼ିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri