Categories: ଜାତୀୟ

ଖୁବ୍‌ଶୀଘ୍ର ମହିଳାମାନଙ୍କୁ ସଂସଦ-ବିଧାନସଭାରେ ମିଳିବ ଉପଯୁକ୍ତ ପ୍ରତିନିଧିତ୍ୱ: ଉପରାଷ୍ଟ୍ରପତି

ଜୟପୁର,୫।୯: ଉପରାଷ୍ଟ୍ରପତି ଜଗଦୀପ ଧନଖର ଜୟପୁରରେ ପହଞ୍ଚି ମହାରାଣୀ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ସହ ‘ରାଷ୍ଟ୍ର ନିର୍ମାଣରେ ମହିଳାଙ୍କ ଅଂଶଗ୍ରହଣ’ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସାମ୍ବିଧାନିକ ସଂଶୋଧନ ମାଧ୍ୟମରେ ସଂସଦ ଏବଂ ବିଧାନସଭାରେ ମହିଳାମାନେ ଉପଯୁକ୍ତ ପ୍ରତିନିଧିତ୍ୱ ପାଇବେ ଉପରାଷ୍ଟ୍ରପତି କହିଛନ୍ତି।
ଉପରାଷ୍ଟ୍ରପତି ମହିଳାମାନଙ୍କୁ ନିଜର ନିଷ୍ପତ୍ତି ନେବାକୁ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ବାଧୀନ ହେବସହ ପୁରୁଷମାନଙ୍କୁ ଫଲୋ କର ନାହିଁ, ସେମାନେ ତୁମଠାରୁ ଶ୍ରେଷ୍ଠ ନୁହଁନ୍ତି ବୋଲି କହିଥିଲେ। ଉପରାଷ୍ଟ୍ରପତି ଧନଖର ଛାତ୍ରୀମାନଙ୍କୁ ତିନୋଟି ମନ୍ତ୍ର ଦେଇଥିଲେ – ପ୍ରଥମେ, କଦାପି ଟେନସନ ନିଅ ନାହିଁ, ଟେନସନ ନେଇ କିଛି ହୁଏ ନାହିଁ। ଦ୍ୱିତୀୟତଃ, ବିଫଳତାକୁ କେବେ ଭୟ କର ନାହିଁ ଏବଂ ତୃତୀୟତଃ ଯଦି ଆପଣଙ୍କ ମନକୁ ଏକ ଭଲ ଧାରଣା ଆସେ, ତେବେ ଏହାକୁ କେବଳ ନିଜ ମୁଣ୍ଡରେ ରଖନ୍ତୁ ନାହିଁ, ବରଂ ଏହାକୁ ଫିଲ୍ଡରେ କାର୍ଯ୍ୟକାରୀ କରନ୍ତୁ।
ଉପରାଷ୍ଟ୍ରପତି କହିଥିେଏ, ସେଦିନଟି ଦୂର ନୁହେଁ ଯେତେବେଳେ ସମ୍ବିଧାନ ସଂଶୋଧନ କରି ମହିଳାମାନେ ସଂସଦ ଏବଂ ବିଧାନସଭା ସଭାରେ ସେମାନଙ୍କର ଉପଯୁକ୍ତ ପ୍ରତିନିଧିତ୍ୱ ପାଇବେ। ଯଦି ମହିଳାମାନେ ଶୀଘ୍ର ଏହି ସଂରକ୍ଷଣ ପାଇବେ, ତେବେ ୨୦୨୭ ପୂର୍ବରୁ ଭାରତ ଏକ ବିଶ୍ୱ ଶକ୍ତି ହେବ।

Share