Advertisement

ଥାନାରେ ପହଞ୍ଚିଲେ ସୁରଜ ପଞ୍ଚୋଲି

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣାକୁ ନେଇ ବିବାଦ ଘେରକୁ ଆସିଛନ୍ତି ସୁରଜ ପଞ୍ଚୋଲି। ଦିଶାଙ୍କ ମୃତ୍ୟୁ ପଛରେ ସୁରଜଙ୍କ ହାତ ଥିବା ଚର୍ଚ୍ଚା ହେଉଛି। ଏସବୁ ଭିତରେ ନିଜର ପକ୍ଷ ରଖିଥିଲେ ସୁରଜ। ହେଲେ ସେତିକିରେ କଥା ସରିନାହିଁ। ଏବେ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୁଶାନ୍ତ ଏବଂ ଦିଶାଙ୍କ ମୃତ୍ୟୁ ଘଟଣାରେ ତାଙ୍କ ନାଁ ନେଉଥିବା ଲୋକଙ୍କ ନାମରେ ସେ ମାମଲା ରୁଜୁ କରିଛନ୍ତି। ସେମାନଙ୍କ ମଧ୍ୟରେ କିଛି ୟୁଟ୍ୟୁବର ଏବଂ ମିଥ୍ୟା ଖବର ଲେଖିଥିବା କିଛି ଲୋକଙ୍କ ନାମ ସାମିଲ ଅଛି।

ସୁରଜ କହିଛନ୍ତି, ଏଭଳି ମିଥ୍ୟା ଖବର କହୁଥିବା ଲୋକମାନେ ତାଙ୍କ ବିରୋଧରେ ଅଭିଯୋଗକୁ ପ୍ରମାଣ କରନ୍ତୁ। ସେମାନେ ତାଙ୍କୁ ମାନସିକ ଭାବେ କ୍ଷତି ପହଞ୍ଚାଉଛନ୍ତି। ତେଣୁ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ କହିଛନ୍ତି।

ପୂର୍ବରୁ ଏକ ସାକ୍ଷାତକାରରେ ଭାଜପା ନେତା ନାରାୟଣ ରାଣେ ତାଙ୍କ ଉପରେ ଲଗାଇଥିବା ଅଭିଯୋଗ ମିଥ୍ୟା ବୋଲି କହିଥିଲେ। ଏଥିରେ ସତ୍ୟତା ନାହିଁ ବୋଲି ସେ କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share