ବମ୍ବେ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ଦିଶା ସାଲିଆନଙ୍କ ମୃତ୍ୟୁକୁ ନେଇ ଟ୍ରୋଲ ହେଉଛନ୍ତି ଅନେକ କଳାକାର। ଏମାନଙ୍କ ମଧ୍ୟରୁ ବାଦ୍ ପଡ଼ିନାହାନ୍ତି ସୁରଜ ପଞ୍ଚୋଲି। ସୁରଜ ଦିଶାଙ୍କ ଭଲ ସାଙ୍ଗ ଥିଲେ ବୋଲି କୁହାଯାଉଥିଲା। ହେଲେ ସୁରଜ ଏ କଥାକୁ ଖଣ୍ଡନ କରିଥିଲେ। ଏହାପରେ ପ୍ରେମିକା ଜିୟା ଖାନ୍ଙ୍କ ମା’ ସୁରଜଙ୍କ ବିଷୟରେ ଅନେକ କଥା କହିଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହୋଇ ଆସୁଥିଲେ ସୁରଜ। ଏବେ ପରିସ୍ଥିତି ଏଭଳି ହୋଇଛି ଯେ ଅଭିନେତାଜଣଙ୍କ ସୋସିଆଲ ମିଡିଆ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି।
ସୁରଜ ଇନ୍ଷ୍ଟ୍ରାଗ୍ରାମ ଛାଡ଼ୁଥିବା ସ୍ପଷ୍ଟ କରିଛନ୍ତି। ଇନ୍ଷ୍ଟା ଷ୍ଟୋରୀରେ ଏକ ପୋଷ୍ଟ ଲେଖି ସେ କହିଛନ୍ତି, ସୋସିଆଲ ମିଡିଆରୁ ବ୍ରେକ୍ ନେଉଛି। ଅଲବିଦା ଇନ୍ଷ୍ଟାଗ୍ରାମ। ଆଶା କରୁଛି ପୁଣି ଭେଟିବି। ହେଲେ ଯେତେବେଳେ ଦୁନିଆ ଗୋଟିଏ ଭଲ ସ୍ଥାନ ହୋଇଥିବ। ଏବେ ମୁଁ ନିଶ୍ୱାସ ନେବାକୁ ଚାହେଁ ବୋଲି ସୁରଜ କହିଛନ୍ତି।