ମୃତ୍ୟୁ ସମୟରେ ୨ ମାସର ଗର୍ଭବତୀ ଥିଲେ ଅମିତାଭଙ୍କ ଏହି ଲୋକପ୍ରିୟ ଅଭିନେତ୍ରୀ

ସାଉଥ୍‌ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଳ୍ପ କେତେଜଣଙ୍କୁ ସଫଳତା ମିଳିଛି। ସେଥିମଧ୍ୟରୁ ଜଣେ ହେଲେ ସୌନ୍ଦର୍ଯ୍ୟା। ସୌନ୍ଦର୍ଯ୍ୟା ବଲିଉଡ୍‌ରେ ମାତ୍ର ଗୋଟିଏ ଫିଲ୍ମ ‘ସୂର୍ଯ୍ୟବଂଶମ’ରେ କାମ କରିଛନ୍ତି। ଆଜି ହେଉଛି ଏହି ଅଭିନେତ୍ରୀଙ୍କର ୧୭ତମ ଶ୍ରାଦ୍ଧବାର୍ଷିକୀ।
ସୌନ୍ଦର୍ଯ୍ୟାଙ୍କ ପ୍ରକୃତ ନାମ ସୌମ୍ୟା ସତ୍ୟନାରାୟଣ । ସେ ୧୮ ଜୁଲାଇ ୧୯୭୨ରେ କର୍ନାଟକର କୋଲାରରେ ଜନ୍ମଗ୍ରହଣ କରିଥିଲେ। ଅଭିନେତ୍ରୀଙ୍କର ପେ୍‌ଳନ୍‌ କ୍ରାସ୍‌ରେ ମୃତ୍ୟୁ ଘଟିଥିଲା। ଏହି ସମୟରେ ସେ ୨ ମାସର ଗର୍ଭବତୀ ଥିଲେ।
ତେବେ ମୃତ୍ୟୁର ଗୋଟିଏ ବର୍ଷ ପୂର୍ବରୁ ସେ ସପ୍ଟଓ୍ବେୟାର ଇଞ୍ଜିନିୟର ଜିଏସ୍‌ ରଘୁଙ୍କୁ ବିବାହ କରିଥିଲେ। ୧୨ ବର୍ଷର ଫିଲ୍ମ କ୍ୟାରିୟରରେ ସୌନ୍ଦର୍ଯ୍ୟା ୧୧୪ ଫିଲ୍ମରେ କାମ କରିଥିଲେ।
୧୭ ଏପ୍ରିଲ, ୨୦୦୪ରେ ଏକ ପ୍ଲେନ୍‌ କ୍ରାସରେ ତାଙ୍କର ମୃତ୍ୟୁ ଘଟିଥିଲା। ସେତେବେଳେ ସେ ମାତ୍ର ୩୧ ବର୍ଷର ଥିଲେ। ୧୭ ଏପ୍ରିଲ , ୨୦୦୪ରେ ସୌନ୍ଦର୍ଯ୍ୟା ଭାରତୀୟ ଜନତା ପାର୍ଟି ଏବଂ ତେଲୁଗୁ ଦେଶମ ପାର୍ଟି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ କରିମନଗର ଯାଉଥିଲେ। ୪ଟି ସିଟ୍‌ ବିଶିଷ୍ଟ ପ୍ରାଇଭେଟ ବିମାନରେ ସେ ବେଙ୍ଗାଲୁରର ଜକ୍କୁର ଏୟାରଫିଲ୍ମରୁ ସକାଳ ୧୧.୫ରେ ଉଡ଼ାଣ ଆରମ୍ଭ କରିଥିଲେ। ପ୍ରାୟ ୧୦୦ ଫୁଟ ଉପରକୁ ଯିବାପରେ ତାଙ୍କର ପ୍ଲେନ୍‌ କ୍ରାସ ହୋଇଥିଲା। ଫ୍ଲେନ୍‌ରେ ସୌନ୍ଦର୍ଯ୍ୟାଙ୍କ ସମେତ ତାଙ୍କ ଭାଇ ଅମରନାଥ, ହିନ୍ଦୁଜାଗରଣ ସିମତିର ସେକ୍ରେଟାରୀ ରମେଶ କଦମ ଏବଂ ପାୟଲଟ ଜୟ ଫିଲିପ ଥିଲେ। ପ୍ଲେନ୍‌ କ୍ଲାସ୍‌ ପରେ ପରିବାରକୁ ଅଭିନେତ୍ରୀଙ୍କ ମୃତଦେହ ମିଳି ନ ଥିଲା।

Share