ଏସ୍‌ସିବି ଆଇସୋଲେଶନ ଓ୍ବାର୍ଡ ପାଇଁ ଏସ୍‌ଓପି

କଟକ ଅଫିସ, ୧ା୧୦: ଏସ୍‌ସିବିର କୋଭିଡ ଆଇସୋଲେଶନ ୱାର୍ଡ ଓ ପ୍ରସ୍ତାବିତ କୋଭିଡ ହସ୍ପିଟାଲ ପାଇଁ ନୂଆ ଏସ୍‌ଓପି ଜାରି କରାଯାଇଛି। ତ୍ରୁଟି ବିହୀନ ସେବା ଯୋଗାଇବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ନୂଆ ଏସ୍‌ଓପି ଅନୁଯାୟୀ, ପ୍ରତ୍ୟେକ ଫ୍ଲୋର ପାଇଁ ଜଣେ ଲେଖାଏ ଆସୋସିଏଟ୍‌ ପ୍ରଫେସର ଦାୟିତ୍ୱରେ ରହିବେ। ସେ ଦିନରେ ୨ଥର କାର୍ଯ୍ୟ ତଦାରଖ କରି କୋଭିଡ ପରିଚାଳନା ନୋଡାଲ ଅଧିକାରୀଙ୍କୁ ରିପୋର୍ଟ ଦେବେ। ତାଙ୍କୁ ସହାୟତା ପାଇଁ ଜଣେ ଆସିିଷ୍ଟାଣ୍ଟ ପ୍ରଫେସର ରହିବେ।

Share