ଅଗଷ୍ଟ ୧୫ରେ ସୁଭଦ୍ରା ଯୋଜନା ପାଇଁ ଆସିବ ଏସ୍‌ଓପି, ଜାଣନ୍ତୁ ଏଥିରୁ କେଉଁମାନେ ପଡ଼ିବେ ବାଦ୍‌

ଭୁବନେଶ୍ୱର,୧୦ା୮: ଆସନ୍ତା ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ସୁଭଦ୍ରା ଯୋଜନା ପାଇଁ ଏସ୍‌ଓପି ଆସିବ। ଏହି ଯୋଜନାରେ କିଏ ପାଇବେ, କିଏ ପାଇବେନି, ତାର ସ୍ପଷ୍ଟ ଚିତ୍ର ରହିବ। ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡ ହିଁ ଯଥେଷ୍ଟ। ତେବେ ଉଚ୍ଚ ଆୟ ବର୍ଗର ଲୋକ ଏଥିରୁ ବାଦ୍‌ ପଡ଼ିପାରନ୍ତି। ବିଶେଷକରି ଯେଉଁମାନେ ଆୟକର ଦେଉଛନ୍ତି ସେମାନଙ୍କୁ ଏହି ଯୋଜନାରରୁ ସରକାର ବାଦ ଦେଇପାରନ୍ତି। ଅଗଷ୍ଟ ୧୫ରେ ଏସ୍‌ଓପି ଆସିବା ପରେ ସୁଭଦ୍ରା ନେଇ ଚିତ୍ର ଆହୁରି ସ୍ପଷ୍ଟ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ପ୍ରଭାତୀ କହିଛନ୍ତି, ସୁଭଦ୍ରା ଯୋଜନା ବଜେଟ୍‌ରେ ୧୦ ହଜାର କୋଟି ଟଙ୍କା ଥିଲେ ମଧ୍ୟ ଆବଶ୍ୟକ ପଡ଼ିଲେ ଏହା ପରିମାଣ ବଢ଼ିପାରେ। ଆସନ୍ତା ସେପ୍ଟେମ୍ବର ୧୭ରେ ରାଜ୍ୟରେ ଏହି ଯୋଜନା ଲାଗୁ ହେବ। ସେହିପରି ରାଜ୍ୟରେ ଯେମିତି ଲକ୍ଷପତି ଦିଦିଙ୍କ ସଂଖ୍ୟା ବଢ଼ିବ ସେ ନେଇ ତାଙ୍କ ସରକାର କାମ କରୁଛନ୍ତି। ମିଶନ ଶକ୍ତି ମା’ମାନଙ୍କୁ ଦୁବାଇ ବୁଲାଇ ନେଲେ ସେମାନଙ୍କ ବିକାଶ ହୋଇଯିବନି । ସେମାନଙ୍କ ଏକ୍ସପୋଜର ଭିଜିଟ୍‌ ଉପରେ ଅଧିକ ଗୁରୁତ୍ତ୍ୱ ଦିଆଯିବ। ସ୍କୁଟି ନେଇ ମିଶନ ଶକ୍ତିର ମହିଳାମାନେ ପସ୍ତାଉଛନ୍ତି। ଗତ ସରକାର ସେମାନଙ୍କ ଉପରେ ଋଣ ଭାର ବଢାଇ ଦେଇଛନ୍ତି । ଭାଜପା ମାଆମାନଙ୍କୁ କେବେ ବି ଭୋଟ୍‌ ବ୍ୟାଙ୍କ ଭାବେ ବ୍ୟବହାର କରେନି। ସେମାନଙ୍କ ବିକାଶ ଉପରେ ଅଧିକ ଗୁରୁତ୍ତ୍ୱ ଦେବ। ମିଶନ ଶକ୍ତି କେବେ ବି ବନ୍ଦ ହେବନି । ପର୍ଯ୍ୟଟନର ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଗତ ଥର ଇକୋରିଟ୍ରିଟରେ ଅନେକ ବାବୁଙ୍କ ବିନା ପଇସାରେ ବିଳାସବ୍ୟସନ କଥା ସାମ୍ନାକୁ ଆସିଛି। ଏଥର ସେ ସବୁ ବନ୍ଦ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri