Categories: ଜାତୀୟ

ଅତିକ-ଅଶ୍ରଫଙ୍କ ହତ୍ୟା ପରେ ବଡ ନିଷ୍ପତ୍ତି, ଖବରଦାତାଙ୍କ ସୁରକ୍ଷା ପାଇଁ ଏସ୍‌ଓପି ପ୍ରସ୍ତୁତ କରିବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୬।୪: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫଙ୍କ ହତ୍ୟା ପରେ କେନ୍ଦ୍ର ସରକାର ଆଲର୍ଟ ମୋଡରେ ଅଛନ୍ତି। ପୋଲିସ ହେପାଜତରେ ଅତିକ ଅହମ୍ମଦଙ୍କୁ ଆକ୍ରମଣ କରିଥିବା ତିନିଜଣ ଯୁବକ ଖବରଦାତା ପରିଚୟ ଦେଇ ସେଠାରେ ସାମିଲ ହୋଇଥିଲେ। ଏଭଳି ପରିସ୍ଥିତିରେ ଖବରଦାତାମାନଙ୍କ ସୁରକ୍ଷା ପାଇଁ ବର୍ତ୍ତମାନ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏସ୍‌ଓପି ପ୍ରସ୍ତୁତ କରିବ। ତେବେ ଖବରଦାତାଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି।

ସୂତ୍ରରୁ ପ୍ରକାଶ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଖବରଦାତାମାନଙ୍କ ସୁରକ୍ଷା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର(ଏସ୍‌ଓପି) ପ୍ରସ୍ତୁତ କରିବାକୁ ଯାଉଛି। ସୂଚନାଯୋଗ୍ୟ,ପୋଲିସ ଅତିକ-ଅଶ୍ରଫଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଏକ ମେଡିକାଲ କଲେଜକୁ ନେଉଥିବା ସମୟରେ ତିନିଜଣ ବ୍ୟକ୍ତି ଦୁଇ ଭାଇଙ୍କୁ ଗୁଳି କରି ହତ୍ୟା କରିଥିଲେ।

Share