ସୋରଡ଼ା,୩୦ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ଏନ୍ଏସିର ନବନିର୍ବାଚିତ ଅଧ୍ୟକ୍ଷ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଶିବଶଙ୍କର ପଣ୍ଡା। ଏହିଅବସରରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦୂତିକୃଷ୍ଣ ପାତ୍ର ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସ୍ବାଗତ କରିଥିଲେ। ସହରର ଆବଶ୍ୟକ ସୁବିଧା, ସମସ୍ୟା ସମାଧାନ ତଥା ବିକଶିତ ଯୋଜନାଗୁଡ଼ିକର ସଫଳ ରୂପାୟନ ପାଇଁ ଅଗ୍ରସର ହେବି ବୋଲି ସେ କହିଛନ୍ତି। ଏହି ଅବସରରେ ନୂତନ ଅଧ୍ୟକ୍ଷ ସହରାଞ୍ଚଳର ବିକାଶ ନିମନ୍ତେ ସମସ୍ତଙ୍କ ଗଠନମୂଳକ ସହଯୋଗ କାମ କରିଥିଲେ।