ସୋରଡ଼ା ଅଗ୍ନିକାଣ୍ଡ ଘଟଣା: ଗୁରୁତର ଥିବା ଶିଶୁକନ୍ୟା ବୁଜିଲେ ଆଖି

ସୋରଡ଼ା,୧୭ା୧(ଡି.ଏନ.ଏ.): ସୋରଡା ବ୍ଲକ ଗେଞ୍ଜା ପଞ୍ଚାୟତ ବନ୍ଧାଗୋଛା ଗ୍ରାମର ଛବି ନାୟକଙ୍କ ଘରେ ନିଅଁା ଲାଗି ଯାଇଥିଲା। ଫଳରେ ପରିବାରର ୪ଜଣ ପୋଡି ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଛବି ନାୟକଙ୍କ ୫ ବର୍ଷର ଝିଅ ଅଞ୍ଜଳିଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ସୋମବାର ସନ୍ଧ୍ୟାରେ ଛବି ନାୟକଙ୍କ ଘରେ ଅନ୍ଧାର ଯୋଗୁ ଦୀପ ଲଗାଯାଇଥିଲା। ହେଲେ ଦୀପରୁ କୌଣସି ପ୍ରକାରେ ଘରେ ନିଆଁ ଲାଗି ଚାରିଆଡ଼େ ବ୍ୟାପି ଯାଇଥିଲା। ହଠାତ ଘରୁ ବାହାରି ନ ପାରି ୫ ବର୍ଷୀୟା ଶିଶୁକନ୍ୟା ଅଞ୍ଜଳିଙ୍କ ସମେତ ସୁଷମା ନାୟକ(୩୫), ଧୋବୁଣୀ ନାୟକ ଓ ଛବି ପୋଡି ହୋଇ ଗୁରୁତର ଆହତ ହୋଇଥିଲେ। ଅନ୍ୟପକ୍ଷେ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏପରିକି ପରିବାର ଲୋକଙ୍କ ଚିକତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।