ସୋରଡ଼ା,୧୯।୧୧: ରାଜ୍ୟ ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟିର ନିଷ୍ପତ୍ତିକ୍ରମେ ୪ଟି ସବ୍କମିଟି ଗଠନ କରାଯାଇଛି। ଉକ୍ତ କମିଟିକୁ ବିଭିନ୍ନ ଜିଲାର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବାକୁ ଦାୟିତ୍ୱ ଦିଆଯାଇଛି। ସବ୍କମିଟି -୨ରେ ବିଧାୟକ ପଦ୍ମନାଭ ବେହେରା, ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ନାମ ରହିଛି। ତାଙ୍କୁ ବୌଦ୍ଧ, ସୋନପୁର, ବରଗଡ଼, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଜିଲାର ସମୀକ୍ଷା ଦାୟିତ୍ୱ ଦିଆଯାଇଛି। ଏପରିକି ଆବଶ୍ୟକ ସ୍ଥଳେ କୌଣସି ସେବା ଯୋଗାଇ ଦେବାକୁ କୁହାଯାଇଛି। ବିଧାନସଭା ସଚିବାଳୟ ନୋଟିଫିକେଶନ୍ ନଂ. ୮୪୩୭ ତଥା ସଚିବ ଦାଶରଥି ଶତପଥୀଙ୍କ ପକ୍ଷରୁ କମିଟି ସମ୍ପର୍କରେ ସୂଚନା ଦିଆଯାଇଛି