Categories: ଜାତୀୟ

୫ ବର୍ଷର ଝିଅ ଜୀବନ ବଞ୍ଚାଇପାରି ନ ଥିବାରୁ କ୍ଷମା ମାଗିଲା କେରଳ ପୋଲିସ

ଏର୍ନାକୁଲମ,୩୦।୭: କେରଳର ଏର୍ନାକୁଲମ ଜିଲାରେ ନିଖୋଜ ଜଣେ ୫ ବର୍ଷର ଝିଅକୁ ବଳାତ୍କାର ଓ ପରେ ହତ୍ୟା କରାଯାଇଛି। ଏହି ଘଟଣାରେ ଝିଅଟିକୁ ଉଦ୍ଧାର କରିପାରି ନ ଥିବାରୁ କେରଳ ପୋଲିସ କ୍ଷମା ପ୍ରାର୍ଥନା କରିଛି। ପୋଲିସ ଅଧିକାରୀ କହିଛନ୍ତି ଯେ, ଜଣେ ପ୍ରବାସୀ ଶ୍ରମିକ ଝିଅଟିକୁ ଘରୁ ଅପହରଣ କରିବା ପରେ ତାଙ୍କୁ ପ୍ରଥମେ ବଳାତ୍କାର କରାଯାଇଥିଲା ଏବଂ ପରେ ତାଙ୍କ ଗଳା କାଟି ହତ୍ୟା କରାଯାଇଥିଲା। ରାତାରାତି ଖୋଜାଖୋଜି ପରେ ଝିଅଟିର ମୃତଦେହ ଏକ ଅବର୍ଜନା ସ୍ଥାନରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ପୋଲିସ ଶିଶୁକୁ ଉଦ୍ଧାର କରିବାରେ ବିଫଳ ହେବାରୁ ନିରାଶ ହୋଇଛି।
ଏକ ଟୁଇଟ୍‌ରେ କେରଳ ପୋଲିସ କହିଛି, କ୍ଷମା କରିବ ଝିଅ … ଶିଶୁକୁ ଅପହରଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଲିସର ସୂଚନାନୁସାରେ, ଝିଅଟିର ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ତାଙ୍କୁ ପ୍ରଥମେ ବଳାତ୍କାର କରାଯାଇଥିଲା ଏବଂ ପରେ ଗଳା କାଟି ହତ୍ୟା କରାଯାଇଥିଲା। ଗତ ଶୁକ୍ରବାରଠାରୁ ଝିଅଟି ନିଖୋଜ ଥିବା ପୋଲିସ ଅନୁସନ୍ଧାନରୁ ଜଣାପଡିଛି। ନାବାଳିକାଙ୍କ ମୃତଦେହ ମିଳିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା।

Share