ୟୁରୋପର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ ସୌଭାଗ୍ୟ

ଭୁବନେଶ୍ୱର,୩୦ା୭(ଅସମାପିକା ସାହୁ): ନୟାଗଡ଼ ଗୌରବ ଆଇରନ ମ୍ୟାନ ତଥା ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ଅଗଷ୍ଟ ମାସରେ ୟୁରୋପ ଓ ରୁଷିଆର ସର୍ବୋଚ୍ଚ ଶୃଙ୍ଗ ୧୮୫୧୦ ଫୁଟ ଉଚ୍ଚ ମାଉଣ୍ଟ ଏଲ୍ବ୍ରସ ଚଢ଼ିବାକୁ ଯାଉଛନ୍ତି। ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସଫଳତା କାମନା କରିବା ପାଇଁ ଆଜି ନୟାଗଡ଼ ବିକାଶ ମଞ୍ଚ ଆନୁକୂଲ୍ୟରେ ଭୁବନେଶ୍ବରଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ନୟାଗଡ଼ର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ୱ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ କରୁଣାକର ପଟ୍ଟନାୟକ, ଭାରତ ସରକାରଙ୍କ ପୂର୍ବତନ ମିଡିଆ ପରାମର୍ଶଦାତା ଓ ଡିଏଭିପିର ପୂର୍ବତନ ମହାନିର୍ଦ୍ଦେଶକ ତଥା ପିଆଇବିର ପୂର୍ବତନ ମୁଖ୍ୟ ମହାନିର୍ଦ୍ଦେଶକ ଡ. ଉମାକାନ୍ତ ମିଶ୍ର ଏବଂ ଲେଖକ ଦାଶ ବେନହୁର ଅତିଥି ଭାବେ ଯୋଗଦେଇ ସୌଭାଗ୍ୟଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

Share