ଘୋଷଣା କଲେ ସରକାର, ୫୭୭ ଯାତ୍ରୀ ମୃତ

ନୂଆଦିଲ୍ଲୀ, ୧୯।୬: ସାରା ବିଶ଼୍ବରେ ବୃଦ୍ଧି ପାଉଥିବା ତାପମାତ୍ରା ଅନେକ ସମସ୍ୟା ସୃଷ୍ଟି କରିଛି । ଭାରତରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଭୀଷଣ ଗରମ କାରଣରୁ ବିଭିନ୍ନ ରାଜ୍ୟରେ ହିଟ୍‌ୱେଭ୍‌ ଜନୀତ ମୃତ୍ୟୁ ସଂଖ୍ୟା ବଢ଼ିଛି । ଅନ୍ୟପଟେ ସାଉଦି ଆରବର ସ୍ଥିତି ଏବେ ଅସମ୍ଭାଳ ହୋଇ ପଡ଼ିଛି । ପୂର୍ବରୁ ଗରମରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ଏଠାରେ ସମସ୍ତ ରେକର୍ଡ ଭାଙ୍ଗିଛି ତାପମାତ୍ରା । ୫୦ ଡିଗ୍ରୀ ପାର କରିଯାଇଥିବା ଜଣାପଡ଼ିଛି । ମଙ୍ଗଳବାର ସାଉଦି ସରକାର ପାଖାପାଖି ୫୭୭ ଜଣ ହଜ୍‌ ଯାତ୍ରୀଙ୍କର ପ୍ରବଳ ଗରମ କାରଣରୁ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ।

ମୃତକଙ୍କ ମଧ୍ୟରେ ଅଧିକାଂଶ ଇଜିପ୍ଟର ଯାତ୍ରୀ ରହିଛନ୍ତି । ଇଜିପ୍ଟର ପାଖାପାଖି ୩୨୩ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଜଣେ ଯାତ୍ରୀଙ୍କର ଦଳାଚକଟାରେ ମୃତ୍ୟୁ ହୋଇଥିବା ବେଳେ ବାକି ସମସ୍ତେ ଗରମ କାରଣରୁ ପ୍ରାଣ ହରାଇଛନ୍ତି । ମୃତକମାନଙ୍କ ମଧ୍ୟରେ ବିଭିନ୍ନ ଦେଶର ନାଗରିକ ରହିଛନ୍ତି । ଜୋର୍ଡାନର ପାଖାପାଖି ୬୦ ଜଣ ହଜ୍‌ ଯାତ୍ରୀଙ୍କର ଏଠି ମୃତ୍ୟୁ ହୋଇଥିବା ଓମାନ୍‌ର ଅଧିକାରୀ ସୂଚନା ଦେଇଛନ୍ତି ।

Share