Categories: ଜାତୀୟ

ପ୍ରାଣ ପ୍ରତିଷ୍ଠା ଉତ୍ସବ: ନଡ୍ଡା-ଶାହା କାହିଁକି ଯିବେନି…

ଅଯୋଧ୍ୟା,୨୨।୧ : ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୧୧ ୦୦୦ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ରବିବାର ସନ୍ଧ୍ୟାଠାରୁ ଅତିଥିମାନେ ରାମ ନଗରୀ ଅଯୋଧ୍ୟାରେ ପହଞ୍ଚିଛନ୍ତି। ତେବେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେନି। ସେମାନେ ସୋମବାର ଦିନସାରା ଦିଲ୍ଲୀରେ ରହିବେ।

ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଦିଲ୍ଲୀ ଭାଜପା ଦ୍ୱାରା ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ସାମୂହିକ ଭାବେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଏବଂ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନୀ ଲତ୍ସବକୁ ଦେଖିପାରିବେ। ଶାହା ଏବଂ ନଡ୍ଡା ତଥା ଦଳର ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଦିଲ୍ଲୀରେ ଉପସ୍ଥିତ ରହି ବିଭିନ୍ନ ମନ୍ଦିର ପରିଦର୍ଶନ କରିବେ। ସେମାନେ ପାର୍ଟି କର୍ମୀ ତଥା ସାଧାରଣ ଲୋକଙ୍କ ସହ ପ୍ରାଣ ପ୍ରତିଷ୍ଠା ସମାରୋହ ଦେଖିବେ। ପାର୍ଟି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶାହା ର୍ବିଲା ମନ୍ଦିରରେ ପହଞ୍ଚି ପ୍ରାଣ ପ୍ରତିଷ୍ଠା ସମାରୋହର ପ୍ରସାରଣ ଦେଖିବେ। ସେହିପରି ନଡ୍ଡା ଇଣ୍ଡେୱାଲାନ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହର ପ୍ରସାରଣ ଦେଖିବେ। ଉଭୟ ନେତା ମଧ୍ୟ ମନ୍ଦିରରେ ପୂଜା କରିବେ ଏବଂ ପ୍ରସାଦ ବଣ୍ଟନ କରିବେ।

Share