Advertisement

ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ୫ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୧୮।୧୦: ଦିଲ୍ଲୀର ସାକେତ କୋର୍ଟ ୨୦୦୮ରେ ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୩୦ ସେପ୍ଟେମ୍ବର ୨୦୦୮ରେ ସକାଳ ପ୍ରାୟ ସାଢେ ୩ଟା ସମୟରେ ନେଲସନ ମଣ୍ଡେଲା ରୋଡରେ ଏକ ଚଳନ୍ତା ଗାଡିରେ ସମ୍ୟାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ଅକ୍ଟୋବର ୨୬ରେ ଏହି ଦଣ୍ଡ ଉପରେ ଶୁଣାଣି ହେବ। ଏହି ହତ୍ୟାକାଣ୍ଡରେ ରବି କପୁର, ବଲଜିତ ମଲିକ, ଅମିତ ମଲିକ ଏବଂ ଅମିତ ଶୁକ୍ଲା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅମିତ ସେଠୀ ନାମକ ଅଭିଯୁକ୍ତ ୪୧୧ ମକୋମା ଅଧୀନରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, ୩୦ସେପ୍ଟେମ୍ବର ୨୦୦୮ରେ, ଯେତେବେଳେ ଖବରଦାତା ସୌମ୍ୟା ବିଳମ୍ବିତ ରାତିରେ ନିଜ କାରରେ ଘରକୁ ଫେରୁଥିଲେ, ସେତେବେଳେ ତାଙ୍କୁ ନେଲସନ ମଣ୍ଡେଲା ରୋଡରେ ଗୁଳି କରି ହତ୍ୟା କରାଯାଇଥିଲା।
ଚଳନ୍ତା ଗାଡିରେ ସୌମ୍ୟାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୋଲିସର ସୂଚନାନୁସାରେ ଏହି ହତ୍ୟାକାଣ୍ଡର କାରଣ ହେଉଛି ଡକାୟତି। ହତ୍ୟା ଅଭିଯୋଗରେ ଦିଲ୍ଲୀ ପୋଲିସ ଅଭିଯୁକ୍ତ ରବି କପୁର, ଅମିତ ଶୁକ୍ଲା, ବଲଜିତ ମଲିକ, ଅଜୟ କୁମାର ଏବଂ ଅଜୟ ସେଠୀଙ୍କୁ ଗିରଫ କରିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share