ସୌମେନ୍ଦ୍ର ଟ୍ବିନ୍‌ ସିଟିର ନୂଆ ପୋଲିସ କମିଶନର

ଭୁବନେଶ୍ୱର,୮ା୩(ବ୍ୟୁରୋ): ୧୯୯୫ ବ୍ୟାଚ୍‌ ବରିଷ୍ଠ ଆଇପିଏସ୍‌ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭୁବନେଶ୍ୱର-କଟକ ପୋଲିସ କମିଶନର ଭାବେ ନିଯୁକ୍ତି କରାଯାଇଛି। ଏନେଇ ଗୃହ ବିଭାଗ ସୋମବାର ବିଜ୍ଞପ୍ତି ପ୍ରକାଶ କରିଛି। ସୌମେନ୍ଦ୍ର ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି।
ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଭୁବନେଶ୍ୱର-କଟକ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ୧୯୯୦ ବ୍ୟାଚ ଆଇପିଏସ୍‌ ସୁଧାଂଶୁଙ୍କୁ ପୋଲିିସ ହାଉସିଂ ବୋର୍ଡ ସିଏମ୍‌ଡି ଭାବେ ନିଯୁକ୍ତି ମିଳିଛି।

Share