ପାରଳାଖେମୁଣ୍ଡି,୨୭।୪(ଡି.ଏନ.ଏ.): ବହୁ ଚର୍ଚ୍ଚିତ ଏସିଏଫଓ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାର ଫାଇଲ ରିଓପନ ମାମଲାରେ ଗୁରୁବାର ସମସ୍ତ ଦସ୍ତାବିଜ ଦାଖଲ କରାଯାଇଛି। ସୌମ୍ୟରଞ୍ଜନଙ୍କ ବାପାଙ୍କ ପକ୍ଷରୁ ତାଙ୍କ ଓକିଲ ରଜତ ପାତ୍ର ମାମଲା ସମ୍ପର୍କିତ ସମସ୍ତ ଦସ୍ତାବିଜ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ଦାଖଲ କରିଛନ୍ତି ।
ଗତ ୧୨ ତାରିଖରେ ପାରଳାଖେମୁଣ୍ଡି ଏସଡିଜେଏମ ମାମଲାର ସୌମ୍ୟରଞ୍ଜନଙ୍କ ବାପା ଅଭିରାମ କୋର୍ଟରେ ସାକ୍ଷ୍ୟ ପ୍ରମାଣେ ଦାଖଲ କରିଥିଲେ। କୋର୍ଟ ୩୦୨ ଓ ୧୨୦ବି ଦଫା ଲଗାଇ ମାମଲାକୁ ଗ୍ରହଣ କରିଥିଲେ। ତେବେ ଗୁରୁବାର କୋର୍ଟ ଏହି ମାମଲାରେ ସମସ୍ତ ଆବଶ୍ୟକ ଦସ୍ତାବିଜ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପ୍ରକାରେ ଆଭିରାମଙ୍କ ଓକିଲ ସମସ୍ତ ଦସ୍ତାବିଜ ଗୁରୁବାର କୋର୍ଟରେ ଦାଖଲ କରିଛନ୍ତି । ତେବେ ମାମଲାରେ ଆଗକୁ ପ୍ରତିପକ୍ଷଙ୍କୁ ନୋଟିସ ଯିବାସହ କଣ ନିର୍ଦ୍ଦେଶ ରହିବ ତାହାରି ଉପରେ ସମସ୍ତଙ୍କ ନଜର ରହିଛି।