ଅନୁଗୋଳ ପାଇଁ ଗୌରବ ଆଣିଲେ ସୋମ୍ୟରଞ୍ଜନ: ହେଲେ ଜିଲା ଟପ୍ପର

ଅନୁଗୋଳ ଅଫିସ,୨୯।୭: ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଆୟୋଜିତ ମାଟ୍ରିକ ପରୀକ୍ଷାରେ ଅନୁଗୋଳ ଜିଲାରେ ଛାତ୍ର ସୌମ୍ୟରଂଜନ ସାମନ୍ତ ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ମୋଟ ୫୭୫(୯୫.୮୩ ପ୍ରତିଶତ ) ନମ୍ବର ରଖି ଜିଲାରେ ଟପ୍ପର ହୋଇଛନ୍ତି। ଏନେଇ ସେ ପ୍ରତିଦିନ ୬ରୁ ୭ ଘଣ୍ଟା ପରିଶ୍ରମ କରୁଥିଲେ। ସେ ଜିଲାରେ ପ୍ରଥମ ହେବେ ବୋଲି ଆଶା ରଖି ନ ଥିବାବେଳେ ଭଲ ନମ୍ବର ରହିବ ବୋଲି ଆଶାଥିଲା। ପ୍ରମଥ ହେବା ପରେ ପରିଶ୍ରମର ଫଳ ଭଗବାନ ଦେଇଛନ୍ତି। ଏହାର ଶ୍ରେୟ ବାପା, ମାଙ୍କ ସହ ଗୁରୁ ଓ ପରିବାରବର୍ଗଙ୍କୁ ଦେଇଛନ୍ତି। ତେବେ ଭବିଷ୍ୟତରେ ପ୍ରଶାସନିକ କ୍ଷେତ୍ରରେ ଯୋଗଦେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ପ୍ରଶାସନିକ କ୍ଷେତ୍ରରେ ଯୋଗ ଦେଇ ଲୋକଙ୍କ ସେବା କରିବାକୁ ଇଚ୍ଛୁକ ଥିବା କହିଛନ୍ତି। ସୌମ୍ୟରଞ୍ଜନଙ୍କ ବାପା ହେମନ୍ତ କୁମାର ସାମନ୍ତ ଜଣେ ଘରୋଇ କମ୍ପାନୀ କର୍ମଚାରୀ ସହ ଟ୍ୟୁସନ କରୁଥିବାବେଳେ ମା ଅର୍ଣ୍ଣପୂର୍ଣ୍ଣା ସାମନ୍ତ ଜଣେ ଗୃହିଣୀ । ତାଙ୍କ ଘର ଢେଙ୍କାନାଳ ଜିଲା ଚିନ୍ତାପୋଖରୀ ହୋଇଥିବା ବେଳେ ସେ ତାଳଚେର ରେମୁଆଁ ଅଞ୍ଚଳରେ ରହୁଛନ୍ତି ।
Share