ବିଜେଡି ଉପସଭାପତି ପଦରୁ ବିଦା ହେଲେ ସୌମ୍ୟରଞ୍ଜନ

ଭୁବନେଶ୍ୱର,୧୨।୯(ସୁନିତ୍‌ ମିଶ୍ର): ଖଣ୍ଡପଡ଼ା ବିଜେଡି ବିଧାୟକ ତଥା ଦଳର ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପରେ ସୁପ୍ରିମୋ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଧାୟକ ସୌମ୍ୟଙ୍କୁ ଦଳର ଉପସଭାପତି ପଦରୁ ବାହାର କରିଦିଆଯାଇଛି। ସୌମ୍ୟ ନିଜର ସମ୍ପାଦକୀୟ ମାଧ୍ୟମରେ ବିଜେଡିକୁ ଟାର୍ଗେଟ କରି ଆସୁଥିଲେ। ଏହାକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା। ଶେଷରେ ଦଳର ସୁପ୍ରିମୋ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Share