ଭୁବନେଶ୍ୱର,୧୪।୨(ବ୍ୟୁରୋ): ଇନ୍ଫୋସିଟି ଥାନା ନନ୍ଦନବିହାର ଅଞ୍ଚଳରେ ରହୁଥିବା ମଡେଲର ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟାକୁ ୧୩ଦିନ ବିତିଛି। ପରିବାର ଲୋକଙ୍କ ଅଭିଯୋଗ ସତ୍ତ୍ୱେ ସୌମ୍ୟଙ୍କ ପ୍ରେମିକା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ତେଣୁ ଭାରତୀୟ ବିକାଶ ପରିଷଦ ଜଗତ୍ସିଂହପୁର ଜିଲା ସଭାପତି ସୁବ୍ରତ କୁମାର ଦାଶ ରବିବାର କେନ୍ଦ୍ର ମାନବାଧିକାରୀ କମିଶନ (ଏନ୍ଏଚ୍ଆର୍ସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ କହିଛନ୍ତି, ଗତ ଗୁରୁବାର ସୌମ୍ୟଙ୍କ ମା’ ମୋହିନୀ ପାଣିଗ୍ରାହୀ ଇନ୍ଫୋସିଟି ଥାନାରେ ସୌମ୍ୟଙ୍କ ପ୍ରେମିକା ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଅଭିଯୋଗ କରିବା ସହ ଡିସିପିଙ୍କୁ ଭେଟି ନ୍ୟାୟ ଦାବି କରିଥିଲେ। ହେଲେ ପୋଲିସ କେବଳ ଅପମୃତ୍ୟୁ ମାମଲା (ନଂ.୮/୨୨) ରୁଜୁ କରି ତଦନ୍ତ କରୁଛି। କମିଶନଙ୍କ ଟିମ୍ ତୁରନ୍ତ ତଦନ୍ତ କରି ସୌମ୍ୟଙ୍କ ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।