ଭୁବନେଶ୍ୱର, ୨୭।୭(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା ରାଜ୍ୟ ଚେସ୍ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ପବିତ୍ର ମୋହନ ମହାନ୍ତି ସ୍ମାରକୀ ଅନ୍ଲାଇନ୍ ଓପନ ଚେସ୍ରେ ଟପ୍ ସିଡ୍ ସୌମ୍ୟରଞ୍ଜନ ମିଶ୍ର ଚାମ୍ପିୟନ ହୋଇଛନ୍ତି। ରାଜ୍ୟ ଓପନ ଚେସ୍ରେ ଫିଡେ ମାଷ୍ଟର ସୌମ୍ୟଙ୍କର ଏହା ହେଉଛି ୬୫ ତମ ଟାଇଟଲ। ପବିତ୍ର ମୋହନ ରାଜ୍ୟ ଚେସ୍ରେ ଜଣେ କିମ୍ବଦନ୍ତୀ ଖେଳାଳି ଥିଲେ। ତାଙ୍କ ନାମ ଅନୁସାରେ ଅନୁଷ୍ଠିତ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଥିବାରୁ ମୁଁ ନିଜକୁ ଗର୍ବିତ ମନେକରୁଛି ବୋଲି ସୌମ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଅଭୟ କୁମାର ଦାଶ ଦ୍ୱିତୀୟ ଏବଂ ହର୍ଷିତ ରଞ୍ଜନ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆରିନ ଅନ୍ବେଷ ସ୍ବାଇଁ, ରବୀନ୍ଦ୍ର କୁମାର ଓଝା, ଆଦିତ୍ୟ ପଟ୍ଟନାୟକ, ବୋହହାନ ଅଲୀ ମୋଲ୍ଲା, ସ୍ବୟଂଶୁ ସତ୍ୟକାମ, ସୂରଯ କୁମାର ମହାରଣା ଓ ବିକାଶ କୁମାର ଲେଙ୍କା ଟପ୍-୧୦ ଫିନିଶ୍ କରିଥିଲେ। ବିଭିନ୍ନ ବୟସ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଅକ୍ଷଜ ନାୟକ, ଅଦିତି ମହାରଣା, ସାଇ ଶ୍ରୀହନ, ସୌମ୍ୟ ଶାଶ୍ୱତ ରଥ, ସିଦ୍ଧାର୍ଥ ମିଶ୍ର, ସାଇ ଶକ୍ତି ପଣ୍ଡା, ଶାଶ୍ୱତ ସୌମ୍ୟବ୍ରତ, ବିଭୋର ଅଦକ, ନନ୍ଦିନରୀ ପାଣି, ମନୀଷା ସାହୁ, ସାହାନା ଲେଙ୍କା ଓ ଅଦଭିକା ଦାସ ସ୍ବତନ୍ତ୍ର ପୁରସ୍କାର ପାଇଥିଲେ। ଗୁଗଲ୍ ମିଟ୍ରେ ଉଦ୍ଘାଟିତ ହୋଇଥିବା ଏହି ଟୁର୍ନାମେଣ୍ଟରେ ଡାଲମିଆ ସିମେଣ୍ଟ ଭାରତର ଡେପୁଟି ମ୍ୟାନେଜର (ପ୍ରଡକ୍ସନ) ଆଦିତ୍ୟ କୁମାର ମହାନ୍ତି ମୁଖ୍ୟ ଅତିଥି ଏବଂ ସ୍ଥପତି ଦୀପକ ତ୍ରିପାଠୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଦେବାଶିଷ ପାଣିଗ୍ରାହୀ ମୁଖ୍ୟ ଆର୍ବିଟର, ଦୀପକ କୁମାର ପଲାଇ ସହ ଆର୍ବିଟର ଏବଂ ଦେବବ୍ରତ ପଟ୍ଟନାୟକ ସଂଯୋଜକ ଦାୟିତ୍ୱ ତୁଲାଇଥିଲେ।