ପାରଳାଖେମୁଣ୍ଡି,୧୮।୮: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡିରେ ପହଞ୍ଚିବାକୁ ୫ ଦିନ ହୋଇଗଲାଣି। ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ସହ ମାରାଥନ ଜେରା କରୁଛି। ପଞ୍ଚମ ଦିନରେ ଅର୍ଥାତ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜେରା ଚାଲିଛି। କ୍ରାଇମବ୍ରାଞ୍ଚ ଟିମ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଘଟଣା ଦିନ ସୋମ୍ୟଙ୍କ ଚିକିତ୍ସା କରିଥିବା ଡାକ୍ତର ଏବଂ ସହଯୋଗୀଙ୍କୁ ପଚରାଉଚରା ଜାରି ରଖିଛି। ପ୍ରଥମ ପର୍ଯ୍ୟାୟରେ ଡିଏମଓ ପ୍ରମୋଦ କୁମାର ପଣ୍ଡା ଓ ଡାକ୍ତର କିଶୋର ଚନ୍ଦ୍ର ବେହେରା ଏବଂ ଅଭିଳାଷ ପଣ୍ଡା କ୍ରାଇମବ୍ରାଞ୍ଚ ନିକଟରେ ପହଞ୍ଚିଥିବା ବେଳେ ସମସ୍ତଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ।