Categories: ଜାତୀୟ

ଦୀର୍ଘ ୧୫ ବର୍ଷ ପରେ ମିଳିବକି ସୌମ୍ୟା ବିଶ୍ୱନାଥନଙ୍କୁ ନ୍ୟାୟ

ନୂଆଦିଲ୍ଲୀ,୧୮।୧୦: ଦିଲ୍ଲୀର ଖବରଦାତା ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲାରେ ବୁଧବାର ସାକେତ କୋର୍ଟ ଏହାର ରାୟ ଦେବାକୁ ଯାଉଛନ୍ତି। ସାକେତ କୋର୍ଟ ଏହି ମାମଲା ଉପରେ ଅପରାହ୍ନ ୨ ଟାରେ ରାୟ ପ୍ରଦାନ କରିବେ। ସୂଚନାଯୋଗ୍ୟ, ୨୦୦୮ରେ ସୌମ୍ୟାଙ୍କୁ ହତ୍ୟା କରାଯାଇଥିଲା।

ଏହି ଶୁଣାଣି ସମୟରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩୦ସେପ୍ଟେମ୍ବର ୨୦୦୮ରେ, ଯେତେବେଳେ ସୌମ୍ୟା ବିଳମ୍ବିତ ରାତିରେ ନିଜ କାରରେ ଘରକୁ ଫେରୁଥିଲେ, ସେତେବେଳେ ତାଙ୍କୁ ନେଲସନ ମଣ୍ଡେଲା ରୋଡରେ ଗୁଳି କରି ହତ୍ୟା କରାଯାଇଥିଲା।
ଚଳନ୍ତା ଗାଡିରେ ସୌମ୍ୟାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୋଲିସର ସୂଚନାନୁସାରେ ଏହି ହତ୍ୟାକାଣ୍ଡର କାରଣ ହେଉଛି ଡକାୟତି। ହତ୍ୟା ଅଭିଯୋଗରେ ଦିଲ୍ଲୀ ପୋଲିସ ଅଭିଯୁକ୍ତ ରବି କପୁର, ଅମିତ ଶୁକ୍ଲା, ବଲଜିତ ମଲିକ, ଅଜୟ କୁମାର ଏବଂ ଅଜୟ ସେଠୀଙ୍କୁ ଗିରଫ କରିଛି।

Share