ଘସିପୁରାରୁ ଲଢିବେ ସୌମ୍ୟ! କହିଲେ ଏହି ଦଳ ଦେଇଛି ଅଫର…

ଭୁବନେଶ୍ୱର,୩୦।୪: ନିର୍ବାଚନ ଲଢିବା ନେଇ ବଡ଼ ସଙ୍କେତ ଦେଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ୨ଦିନ ପୂର୍ବରୁ ନିର୍ବାଚନ ଲଢିବେନି ବୋଲି କହିଥିଲେ ସୌମ୍ୟ। ସେ କହିଥିଲେ, ‘ମୋର କୌଣସି ଦଳ ନାହିଁ। ଆଉ ଚଳିତ ନିର୍ବାଚନ ଲଢିବି କି ନାହିଁ ଜାଣିନି’।

କିନ୍ତୁ ମଙ୍ଗଳବାର ନିର୍ବାଚନ ଲଢିବା ନେଇ ବଡ଼ ସଙ୍କେତ ଦେଇଛନ୍ତି ସୌମ୍ୟ। ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ଅବସରରେ ଆସି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଘସିପୁରାରୁ ଲଢ଼ିବାକୁ ଭାଜପା ତରଫରୁ ଅଫର ଆସିଛି। ଏଠାକାର ସ୍ଥାନୀୟ ଲୋକ ମଧ୍ୟ ମୋ ଉପରେ ଚାପ ପକାଉଛନ୍ତି। ଏନେଇ ମୋତେ ସଦବୁଦ୍ଧି ଦେବାକୁ ମା’ଙ୍କ ଦର୍ଶନ କରିବାକୁ ଆସିଛି’।

ତେବେ ଖଣ୍ଡପଡ଼ା ସମ୍ପର୍କରେ ମଧ୍ୟ ରୋଚକ ମନ୍ତବ୍ୟ ଦେଇଛନ୍ତି ସୌମ୍ୟ। ସେ କହିଛନ୍ତି, ‘ବିଜେଡି ଏଯାଏଁ ଖଣ୍ଡପଡ଼ା ପାଇଁ ପ୍ରାର୍ଥୀ ଘୋଷଣା କରିନି। ଦଳ କାହିଁକି ପ୍ରାର୍ଥୀ ଘୋଷଣା କରିନି, କଣ ରହସ୍ୟ ବୋଲି କହି ବିଜେଡିକୁ ଟାର୍ଗେଟ କରିଛନ୍ତି ସୌମ୍ୟ’।

Share