ବିଗ୍‌ବସ ଫେମ୍‌ ସୌନ୍ଦର୍ଯ୍ୟା ଶର୍ମାଙ୍କ ହାତରେ ହଲିଉଡ ପ୍ରୋଜେକ୍ଟ

ମୁମ୍ବାଇ: ବିଗ୍‌ବସ ସିଜନ ୧୬ରୁ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ସୌନ୍ଦର୍ଯ୍ୟା ଶର୍ମା ବଲିଉଡରେ ତ କାମ କରିସାରିଛନ୍ତି। ବର୍ତ୍ତମାନ ଅଭିନେତ୍ରୀଙ୍କୁ ଖୁବ୍‌ଶୀଘ୍ର ହଲିଉଡ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ। ଏକ ଖବର ଅନୁଯାୟୀ, ଅଭିନେତ୍ରୀ କିଛି ଦିନ ତଳେ ବିଦେଶରେ ଥିଲେ। ତାଙ୍କର ଆଗାମୀ ପ୍ରୋଜେକ୍ଟରେ କାମ କରିବା ପାଇଁ ଅଭିନେତ୍ରୀ ଲସ ଆଞ୍ଜେଲସ ଯାଇ ସେଠାରେ ତାଙ୍କ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହେଉଥିଲେ। କେବଳ ଏତିକି ନୁହେଁ ସେ ହଲିଉଡର ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତାଙ୍କୁ ମଧ୍ୟ ଭେଟିଥିଲେ।

ଏକ ରିପୋର୍ଟ ଅନୁଯାୟୀ ସୌନ୍ଦର୍ଯ୍ୟା ଶର୍ମା ଲସ ଏଞ୍ଜେଲସରେ ଥିଲେ। ସେଠାରେ ସେ ନ୍ୟୁୟର୍କ ଚଳଚ୍ଚିତ୍ର ଏକାଡେମୀ ଏବଂ ଲି ଷ୍ଟ୍ରାସବର୍ଗ ଥିଏଟର୍ସ ଏବଂ ଫିଲ୍ମ ଇନଷ୍ଟିଚ୍ୟୁଟରେ ତାଲିମ ନେଉଥିଲେ। ଏଥି ସହିତ ସେ ଏମ୍‌ଏଏରେ ମଧ୍ୟ ତାଲିମ ନେଉଛନ୍ତି। ଖବର ଅନୁଯାୟୀ, ସୌନ୍ଦର୍ଯ୍ୟା ଶର୍ମାଙ୍କ ହାତରେ ଏକ ହଲିଉଡ ପ୍ରୋଜେକ୍ଟ ଅଛି, ଯେଉଁଥିପାଇଁ ସେ ପ୍ରସ୍ତୁତିରେ ବ୍ୟସ୍ତ ଥିବା ଜଣାପଡିଛି।

Share