ଭୁବନେଶ୍ୱରରେ ପହଞ୍ଚିଲେ ସୌରଭ ଗାଙ୍ଗୁଲି

ଭୁବନେଶ୍ୱର,୧୨।୫(ବ୍ୟୁରୋ): ବିସିସିଆଇ ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବାରବାଟୀ ମ୍ୟାଚ୍‌ ଦେଖିବା ପାଇଁ ଭୁବନେଶ୍ୱରରେ ପହଞ୍ଚିି ସାରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରୁ କଡା ସୁରକ୍ଷା ବଳୟ ମଧ୍ୟରେ ସୌରଭ ଗାଙ୍ଗୁଲିଙ୍କୁ ହୋଟେଲ ନିଆଯାଇଛି। ସେଠାରୁ ସେ ବାଟବାଟୀ ଷ୍ଟାଡିୟମକୁ ଯିବେ। ହୋଟେଲରେ କିଛି ସମୟ ବିଶ୍ରାମ ନେଇ ଅପରାହ୍ନ ୫ଟାରେ ଗାଙ୍ଗୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ,ଭାରତ ଏବଂ ଦକ୍ଷିଣ ଆଫିକ୍ରା ମଧ୍ୟରେ ଆଜି ସା ୭ଟାରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆରମ୍ଭ ହେବ। ଏଥିପାଇଁ ସବୁ ପ୍ରସ୍ତୁତି ସରିଛି। ଅପରାହ୍ନ ୩ଟାରୁ ଗେଟ ଖୋଲିବା ପରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରୁଛନ୍ତି ଦର୍ଶକ। ଗାଇଡଲାଇନ ଅନୁସାରେ ଦର୍ଶକଙ୍କୁ ଷ୍ଟାଡିୟମ ଭିତରେ ପ୍ରବେଶ ପାଇଁ ଅନୁମତି ମିଳୁଛି।

Share