Categories: ଖେଳ

ଗାଙ୍ଗୁଲି କହିଲେ ‘ତିଳକ ନଂ-୪ ପାଇଁ ଉପଯୁକ୍ତ ଖେଳାଳି’

ନୂଆଦିଲ୍ଲୀ,୧୯।୮: ଭାରତୀୟ କ୍ରିକେଟ ଟିମ୍‌ରେ ଚାରି ବର୍ଷ ଧରି ନମ୍ବର-୪ରେ କିଏ ବ୍ୟାଟିଂ କରିବ ସେ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ଗତ ବର୍ଷ ଶ୍ରେୟାସ ଆୟାର ଉକ୍ତ ସ୍ଥାନ ଲାଗି ଫିଟ୍‌ ଭଳି ଲାଗୁଥିଲେ। ହେଲେ ଆହତ ସମସ୍ୟା ଯୋଗୁ ସେ ବିଶ୍ୱକପ୍‌ ଖେଳିବା ଉପରେ ସନ୍ଦେହ ଦେଖାଦେଇଛି। ସେହିଭଳି ସୂର୍ଯ୍ୟକୁମାର ଯାଦବ ମଧ୍ୟ ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରୁନାହାନ୍ତି। ଏଭଳି ସ୍ଥିତିରେ ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ଏବଂ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଜଣେ ଯୁବ କ୍ରିକେଟରଙ୍କୁ ନମ୍ବର-୪ ଲାଗି ସବୁଠାରୁ ଉପଯୁକ୍ତ ବୋଲି କହିଛନ୍ତି।

ଖେଳାଳି ଜଣଙ୍କ ହେଲେ ତିଳକ ବର୍ମା। ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ ଟିମ୍‌ ଲାଗି ଟି୨୦ ଡେବ୍ୟୁ କରିଥିଲେ ସେ। ଏବେ ଗାଙ୍ଗୁଲି ଶ୍ରେୟାସଙ୍କ ଅନୁପସ୍ଥିତିରେ ତିଳକଙ୍କୁ ସାମିଲ କରିବା ଉଚିତ ବୋଲି କହିଛନ୍ତି। ତାଙ୍କ ପାଖରେ ଅନୁଭବ ନ ଥିଲେ ବି ସେ ଭଲ ପ୍ରଦର୍ଶନ କରିବେ ବୋଲି ଗାଙ୍ଗୁଲି କହିଛନ୍ତି।

Share