ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ତଥା ବିବସିସିଆଇ ଅଧ୍ୟକ୍ଷ ଆଜି ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ମସିହା ଜୁଲାଇ ୮ରେ କୋଲକତାରେ ଜନ୍ମଗ୍ରହଣ କରିଥିଲେ। ଭାରତୀୟ କ୍ରିକେଟକୁ ନୂଆ ଦିଶା ଦେଇଥିବା ଗାଙ୍ଗୁଲି ବ୍ୟାଟିଂ ଜରିଆରେ ଯେତିକି ଲୋକପ୍ରିୟ ହୋଇ ନ ଥିଲେ ଅଧିନାୟକ ଭାବେ କାର୍ଯ୍ୟ ତୁଲାଇ ସେ ଅଧିକ ଲୋକପ୍ରିୟତା ହାସଲ କରିଥିଲେ। ୨୦୦୨ ଜୁଲାଇ ୧୩ ଗାଙ୍ଗୁଲିଙ୍କ କ୍ରିକେଟ କ୍ୟାରିୟରର ଐତିହାସିକ ଦିନ। ଲଡ୍ସରେ ଇଂଲଣ୍ଡ ବିପକ୍ଷରେ ନାଟଓ୍ବେଷ୍ଟ ଟ୍ରଫି ଫାଇନାଲ୍ ମ୍ୟାଚ୍ରେ ପ୍ରଥମେ ଇଂଲଣ୍ଡ ଦଳ ୩୨୬ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଭାରତ ୧୪୬ ରନ୍ରେ ୫ଟି ଉଇକେଟ ହରାଇଥିଲା। ଏହି ସମୟରେ ଯୁବରାଜ ସିଂ ଏବଂ ମହମ୍ମଦ କୈଫଙ୍କ ସ୍ମରଣୀୟ ପାଳି ଭାରତକୁ ବିଜୟୀ କରିବାରେ ସହାୟକ ହୋଇଥିଲା। ଏହି ବିଜୟ ପରେ ଡେସିଂ ରୁମ୍ରେ ବସିଥିବା ଗାଙ୍ଗୁଲି ନିଜ ଶର୍ଟ ଖୋଲି ଉତ୍ସବ ପାଳିଥିଲେ।