ସୁସ୍ଥ ହୋଇ ଘରକୁ ଫେରିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୩୧।୧୨: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କୋଭିଡ ପଜିଟିଭ ଥିଲେ। ତାଙ୍କର ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ଏବେ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଶୁକ୍ରବାର ଦିନ କୋଲକାତାର ଉଡଲ୍ୟାଣ୍ଡସ୍ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଡାକ୍ତର କହିଛନ୍ତି ଯେ, ଗାଙ୍ଗୁଲି ସୁସ୍ଥ ହୋଉଛନ୍ତି। ତେବେ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ସେ ଘରେ ଅଲଗା ରହିବେ। ସାମାନ୍ୟ ଲକ୍ଷଣରେ ପୀଡିତ ଥିବାରୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା।

 

Share