Categories: ଖେଳ

ଇଂଲଣ୍ଡର ଏହି ଯୁବ କ୍ରିକେଟରଙ୍କ ପ୍ରଶଂସକ ପାଲଟିଲେ ଗାଙ୍ଗୁଲୀ: କହିଲେ ଏଭଳି

ନୂଆଦିଲ୍ଲୀ,୨୩।୮: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଇଂଲଣ୍ଡର ଜଣେ ଉଦୀୟମାନ କ୍ରିକେଟ ତାରକାଙ୍କ ଖେଳରେ ପ୍ରଭାବିତ ହୋଇଛନ୍ତି। କ୍ରିକେଟର ଜଣଙ୍କ ହେଲେ ଯୁବ ବ୍ୟାଟ୍ସମ୍ୟାନ୍‌ ଜାକ୍‌ କ୍ରୋଲେ। ପାକସ୍ତାନ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ପାଳିରେ ୨୬୭ରନ୍‌ କରିଥିଲେ କ୍ରୋଲେ। ୨୨ ବର୍ଷୀୟ ଏହି ଖେଳାଳୀ ୩ ନଂ ସ୍ଥାନରେ ଖେଳିବାକୁ ଆସି ୩୬୭ ବଲ୍‌ରେ ୨୬୭ ରନ୍‌ କରି ଇତିହାସ ରଚିଥିଲେ। ଏହାଫଳରେ ଟିମ୍‌ରେ ନିୟମିତ ଯୋଗଦାନକୁ ନେଇ ସେ ପ୍ରମୁଖ ଦାବିଦାର ପାଲଟିଛନ୍ତି। ଏହାକୁ ଦେଖିବା ପରେ ସୌରଭ କହିଛନ୍ତି କ୍ରୋଲେଙ୍କ ବ୍ୟତିତ ଅନ୍ୟ କାହାକୁ ୩ନଂ ସ୍ଥାନରେ ଛାଡ଼ିବା ଅନୁଚିତ। ସେ ଭଲ ବିକଳ୍ପ ଏବଂ କ୍ଲାସ ଖେଳାଳି। ତାଙ୍କଠାରୁ ନିୟମିତ ଭାବେ କ୍ରିକେଟ ଦେଖିବାକୁ ମିଳିବ ବୋଲି ଆଶା କରୁଥିବା ଗାଙ୍ଗୁଲି ଟୁଇଟ୍‌ କରି କହିଛନ୍ତି।

Share