Categories: ଜାତୀୟ

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଭେଟିଲେ ଗାଙ୍ଗୁଲି

କୋଲକାତା,୨୭।୧୨-ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖାରଙ୍କୁ ରବିବାର ଭେଟିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ଆସନ୍ତା ବର୍ଷ ଏପ୍ରିଲ-ମେ ମାସରେ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ସେ ରାଜନୀତିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ରାଜ୍ୟପାଳ ଜଗଦୀପଙ୍କୁ ଭେଟିବା ପରେ ପଶ୍ଚିମବଙ୍ଗରେ ରାଜନୀତିକ ହଟଚମଟ ଆରମ୍ଭ ହୋଇଛି। ତେବେ ଗାଙ୍ଗୁଲି ଏ ବାବଦରେ କୌଣସି ମତ ରଖି ନାହାନ୍ତି। ଅନ୍ୟପଟେ ଗାଙ୍ଗୁଲିଙ୍କ ଗସ୍ତରେ ରାଜ୍ୟ ରାଜନୀତି ବିକାଶରେ କୌଣସି ସମ୍ପର୍କ ନ ଥିବା ରଜଭବନ ସୂତ୍ରରୁ ପ୍ରକାଶ।

Share