Categories: ଖେଳ

ବାଲାଂଦେଶ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୨୫।୨: ବିସିସିଆଇର ପୂର୍ବତନ ମୁଖ୍ୟ ତଥା ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବାଂଲାଦେଶ କ୍ରିକେଟ ପକ୍ଷରୁ ଏହାର ଟୁଇଟର ହ୍ୟାଣ୍ଡେଲରେ ଏହି ଭେଟର କିଛି ଫଟୋ ପୋଷ୍ଟ କକରାଯାଇଛି। ଫଟୋଗୁଡ଼ିକରେ ଗାଙ୍ଗୁଲି ପତ୍ନୀ ଡୋନା ଗାଙ୍ଗୁଲି, ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ ସଭାପତି ନଜମୁଲ ହାସନଙ୍କ ସହ ନଜର ଆସିଛନ୍ତି।

ବାଂଲାଦେଶ କ୍ରିକେଟ ନିଜର ପୋଷ୍ଟରେ ଲେଖିଛି, ’ଢାକାକୁ କିଛି ସମୟ ଗସ୍ତରେ ଆସିଥିବା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ଗଣ ଭବନରେ ପତ୍ନୀ ଡୋନା ଗାଙ୍ଗୁଲିଙ୍କ ସହ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବିସିବି ସଭାପତି ନଜମୁଲ ହାସନ, ଯିଏକି ଜଣେ ଏମ୍‌ପି ଏହି ସମୟରେ ଉପସ୍ଥିତ ଥିଲେ।

ଗାଙ୍ଗୁଲି ନିଜେ ମଧ୍ୟ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ବୈଠକ ବିଷୟରେ ସୂଚନା ଦେଇଛନ୍ତି। ତେବେ ଏକ ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ପାଇଁ ଗାଙ୍ଗୁଲି ସେଠାରେ ପହଞ୍ଚିଥିଲେ। ଏହି ଟୁର୍ନାମେଣ୍ଟର ନାମ ହେଉଛି ଢାକା ନର୍ଥ ସିଟି କର୍ପୋରେଶନ ମେୟର କପ ୨୦୨୩। ଏହାର ଦ୍ୱିତୀୟ ସିଜନ ଖେଳାଯାଉଛି।

Share