ନୂଆଦିଲ୍ଲୀ,୪।୪: ଭାରତୀୟ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କ ପ୍ରଶଂସାରେ ଶତମୁଖ ବିିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ପନ୍ତ ଜଣେ ମ୍ୟାଚ୍ ବିଜେତା ଖେଳାଳି ବୋଲି ସେ କହିଛନ୍ତି।
ଏକ ଆଲୋଚନାରେ ଭାଗ ନେଇ ଗାଙ୍ଗୁଲି କହିଛନ୍ତି, ଦେଶରେ ଏବେ ବେଶ ଭଲ ପ୍ରଦର୍ଶନ କରୁଥିବା ଖେଳାଳି ଅଛନ୍ତି। ବୋର୍ଡର ଅଧ୍ୟକ୍ଷ ଭାବେ ମୋର ପ୍ରିୟ ଖେଳାଳି କିଏ ତାହା କହିବା ଠିକ୍ ନୁହେଁ। କାରଣ ମୁଁ ସମସ୍ତଙ୍କୁ ପସନ୍ଦ କରେ। କୋହଲିଙ୍କ ଖେଳକୁ ଉପଭୋଗ କରୁଥିବା ବେଳେ ରୋହିତଙ୍କ ବ୍ୟାଟିଂର ମଜା ଉଠାଏ। ମାତ୍ର ଏବେ ପନ୍ତ ପ୍ରଭାବିତ କରିଛନ୍ତି। କାରଣ ସେ ଜଣେ ମ୍ୟାଚ୍ ବିଜେତା ଭଳି ଲାଗନ୍ତି। ତାଙ୍କଛଡ଼ା ମହମ୍ମଦ ଶାମି, ଜସପ୍ରିତ ବୁମ୍ରା, ଶାର୍ଦ୍ଦୁଳ ଠାକୁର ଭଲ ଲାଗନ୍ତି। ଏବେ ଭାରତୀୟ ଦଳ ପ୍ରତିଭାରେ ଭରପୂର। ପୂର୍ବରୁ ଯେତେବେଳେ ଗାଭାସ୍କର ଥିଲେ ଲୋକେ ତାଙ୍କ ପରେ କ’ଣ ହେବ ଭାବୁଥିଲେ। ହେଲେ ପରେ ସଚିନ, ରାହୁଲ, ଅନିଲ ପ୍ରମୁଖ ଆସିଥିଲେ। ସେମାନଙ୍କ ପରେ ବିରାଟ, ରୋହିତ, ରିଷଭଙ୍କ ଭଳି ଖେଳାଳି ଦଳକୁ ସମ୍ଭାଳି ଥିବା ସେ କହିଛନ୍ତି।