ମୁମ୍ବାଇ,୨୯।୪: ଆଇପିଏଲ୍-୨୦୨୨ରେଭାରତୀୟ ଟିମ୍ର ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବ ଅଧିନାୟକ ବିରାଟ କୋହଲି ନିରାଶ କରିଛନ୍ତି। ଲଗାତାର ଦୁଇଥର ଗୋଲ୍ଡେନ୍ ଡକ୍ରେ ଆଉଟ୍ ହୋଇଛନ୍ତି କୋହଲି। ସେହିଭଳି ଏଯାବତ ଗୋଟିଏ ବି ମ୍ୟାଚ୍ ଜିତିପାରୁନାହିଁ ମୁମ୍ବାଇ ଇଣ୍ଡିଆନ୍ସ। ଏହାକୁ ନେଇ ପ୍ରଶଂସକଙ୍କଠାରୁ ଆରମ୍ଭ କରି ଖେଳଜଗତ ସହ ଜଡ଼ିତ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି।
ଏସବୁ ମଧ୍ୟରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏହି ଦୁଇ ଖେଳାଳିଙ୍କ ଫର୍ମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଉଭୟ ମହାନ ଖେଳାଳି। ଉଭୟ ନିଜର ଫର୍ମକୁ ଫେରିବେ ବୋଲି ଆଶା କରୁଛି। ଖୁବ୍ଶୀଘ୍ର ସେମାନେ ବଡ଼ ସ୍କୋର କରିବେ। କୋହଲିଙ୍କ ମନରେ କ’ଣ ଚାଲିଛି ଜାଣିନାହିଁ। ହେଲେ ସେ ପୁଣିଥରେ ଫର୍ମକୁ ଫେରି ଭଲ ଖେଳିବେ ବୋଲି ଗାଙ୍ଗୁଲି କହିଛନ୍ତି।
ତେବେ କୋହଲି ଚଳିତ ଆଇପିଏଲ୍ରେ ୯ ମ୍ୟାଚ୍ ଖେଳିଥିବା ବେଳେ ମାତ୍ର ୧୨୮ ରନ୍ କରିଛନ୍ତି। ଅପରପକ୍ଷେ ରୋହିତ ୮ ମ୍ୟାଚ୍ ଖେଳି ୧୫୩ ରନ୍ କରିଛନ୍ତି।