ମମତା ସରକାର ଦେଇଥିବା ଜମି ଫେରାଇଲେ ଏହି କ୍ରିକେଟର୍‌, ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା

କୋଲକତା,୨୫।୮: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସ୍କୁଲ ନିର୍ମାଣ ପାଇଁ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କଠାରୁ ପାଇଥିବା ଜମି ଫେରସ୍ତ କରିଛନ୍ତି। ସୌରଭଙ୍କ ଏହି ପଦକ୍ଷେପ ତାଙ୍କ ଭାଜପାରେ ଯୋଗଦେବାର ଗୁଜବ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ରାଜ୍ୟରେ ଭାଜପା ମୁଖ୍ୟମନ୍ତ୍ରୀ ପଦ ପାଇଁ ଉପଯୁକ୍ତ ଚେହେରା ଖୋଜୁଛି। ସୌରଭ ନିକଟରେ ନୱାନରେ ଥିବା ରାଜ୍ୟ ସଚିବାଳୟକୁ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ସ୍କୁଲ ନିର୍ମାଣ ପାଇଁ ତାଙ୍କୁ ଦିଆଯାଇଥିବା ଦୁଇ ଏକର ଜମିକୁ ଫେରାଇ ଦେଇଥିଲେ। ସୂତ୍ରରୁ ପ୍ରକାଶ ଯେ ଶିକ୍ଷା ଓ କଲ୍ୟାଣ ସମିତି ଜମି ଫେରସ୍ତ ପାଇଁ ରାଜ୍ୟ ସରକାରଙ୍କୁ ଏକ ଚିଠି ପଠାଇଛି। ସୌରଭ ଗାଙ୍ଗୁଲି ଏହି ଅନୁଷ୍ଠାନର ସଭାପତି ଅଟନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସୌରଭ ଗାଙ୍ଗୁଲିଙ୍କର ବହୁତ ଭଲ ସମ୍ପର୍କ ରହିଛି। ସୌରଭ ବେଙ୍ଗଲ କ୍ରିକେଟ ଆସୋସିଏସନର ସଭାପତି ହେବାରେ ମମତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଏଭଳି ପରିସ୍ଥିତିରେ ରାଜନୈତି ବିଶ୍ଳେଷକମାନେ କହିଛନ୍ତି ଯେ ସୌରଭ ଯେଉଁଭଳି ଭାବରେ ସରକାରଙ୍କୁ ଜମି ଫେରାଇ ଦେଇଛନ୍ତି, ତାହା ଭୁଲ ସଂକେତ ହୋଇପାରେ। ଏଥି ସହିତ ସୌରଭ ବିସିସିଆଇ ସଭାପତି ହେବାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ସରକାରଙ୍କ ଅନ୍ୟ ଦୁଇଜଣ ମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହାହିଁ ସୌରଭଙ୍କ ଭାଜପାରେ ଯୋଗଦେବା ନେଇ କଳ୍ପନା ଜଳ୍ପନାର କାରଣ ହୋଇଛି। ତେବେ ରାଜନୀତିରେ ପ୍ରବେଶ କରିବାର କୌଣସି ଯୋଜନା ନାହିଁ ବୋଲି ସୌରଭ ଅନେକ ଥର ସ୍ପଷ୍ଟ ଭାବେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶହଶହ କିଲୋମିଟର ବିଛାଯାଇଥିବା ରେଳ ଧାରଣାରେ ନଟବୋଲ୍ଟ ଢିଲା ହୋଇଗଲେ କିଏ କରେ ଟାଇଟ୍‌?

ନୂଆଦିଲ୍ଲୀ,୨୦।୩: ଭାରତରେ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ଏହି ଟ୍ରେନଗୁଡ଼ିକ ଦିନରାତି ଟ୍ରାକ ଉପରେ ଚାଲି ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଗୋଟିଏ ସ୍ଥାନରୁ...

ଭାଜପାରେ ଦେଶର ସବୁଠୁ ଧନୀ, ଗରିବ ବିଧାୟକ

ନୂଆଦିଲ୍ଲୀ,୨୦ା୩: ଭାଜପାରେ ଅଛନ୍ତି ଦେଶର ସବୁଠୁ ଧନୀ ଏବଂ ଗରିବ ବିଧାୟକ। ମହାରାଷ୍ଟ୍ରର ଘଟକୋପର ପୂର୍ବ ଆସନରେ ଭାଜପା ଟିକେଟ୍‌ରେ ବିଜୟୀ ହୋଇଥିବା ପରାଗ ଶାହା...

ପ୍ରେମିକଙ୍କ ସହ ରଚିଲେ ଷଡଯନ୍ତ୍ର, ସ୍ବାମୀଙ୍କ ମୃତଦେହ ଖଣ୍ଡ ଖଣ୍ଡ କରି ପ୍ଲାଷ୍ଟିକ୍‌ ଡ୍ରମ୍‌ରେ ପ୍ଲାଷ୍ଟର କଲେ

ମିରଟ,୨୦ା୩ଜଣେ ମହିଳା ନିଜ ପ୍ରେମିକଙ୍କ ସହ ମିଶି ଲଣ୍ଡନଫେରନ୍ତା ସ୍ବାମୀଙ୍କୁ ହତ୍ୟା କରିଛନ୍ତି। ଏତିକି ନୁହେଁ, ସେ ନିଜ ଦୋଷ ଲୁଚାଇବା ପାଇଁ ସ୍ବାମୀଙ୍କ ମୃତଦେହକୁ...

ରାସନ କାର୍ଡର ହେଉଛି ଅପବ୍ୟବହାର, ଏହା ଏବେ ଏକ “ଲୋକପ୍ରିୟତା କାର୍ଡ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୩: ରାସନ କାର୍ଡଗୁଡ଼ିକ ଏକ “ଲୋକପ୍ରିୟତା କାର୍ଡ” ପାଲଟିଛି ବୋଲି କହି ସୁପ୍ରିମକୋର୍ଟ ବୁଧବାର ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଯେ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ...

ବରିଷ୍ଠ ନାଗରିକଙ୍କୁ ବଡ଼ କ୍ଷମତା ଦେଲେ ହାଇକୋର୍ଟ: ଦେଖାଶୁଣା ନ କଲେ ରଦ୍ଦହେବ ଦାନପତ୍ର

ନୂଆଦିଲ୍ଲୀ,୧୯ା୩: ସନ୍ତାନ ସନ୍ତତି କିମ୍ବା ନିକଟ ସମ୍ପର୍କୀୟ ଦେଖାଶୁଣା ନ କଲେ ବରିଷ୍ଠ ନାଗରିକମାନେ ପୂର୍ବ ସମ୍ପାଦିତ ଦାନପତ୍ରକୁ ରଦ୍ଦ କରିପାରିବେ। ଏପରି କି ଗିଫ୍ଟ...

IPL ୨୦୨୫: କେଉଁ ୧୩ ଖେଳାଳିଙ୍କୁ ବାହାର କରିବ ଗୁଜରାଟ ଟାଇଟନ୍ସ, କାହାକୁ ମିଳିବ ସୁଯୋଗ?

ନୂଆଦିଲ୍ଲୀ,୧୯।୩: IPL ୨୦୨୫ରେ ଗୁଜରାଟ ଟାଇଟନ୍ସ ୨୫ ମାର୍ଚ୍ଚରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଏହାର ଅଭିଯାନ ଆରମ୍ଭ କରିବ। ଦଳ ନୂତନ ସିଜିନ ପାଇଁ ସର୍ବାଧିକ...

୪୮୯ ଦିନ ପରେ ଭାରତର ପ୍ରଥମ ବିଜୟ: ପ୍ରତ୍ୟାବର୍ତ୍ତନରେ ଗୋଲ୍ କଲେ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ,୧୯।୩: ଜବାହରଲାଲ ନେହେରୁ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚରେ ଭାରତ ୩-୦ ଗୋଲରେ ମାଲଡିଭ୍ସକୁ ପରାସ୍ତ କରିଛି। ପ୍ରଥମ ଅଧଘଣ୍ଟା ଗୋଲଶୂନ୍ୟ...

ଆଇପିଏଲ୍‌ରୁ ୬ ହଜାର କୋଟି ଆୟ କରି ରେକର୍ଡ କରିବ ଜିଓ ଷ୍ଟାର 

ମୁମ୍ବାଇ,୧୯ା୩: ରିଲାଏନ୍ସ ଜିଓ ଷ୍ଟାର ବିଜ୍ଞାପନ ରାଜସ୍ବ କ୍ଷେତ୍ରରେ ଏକ ରେକର୍ଡ କରିବାକୁ ଯାଉଛି। ଟିଭି ଓ ଡିଜିଟାଲ ପ୍ରସାରଣ ବାବଦକୁ ମିଳିତ ଭାବେ ଆଗାମୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image