Categories: ଖେଳ

ସାଢେ ୪ ମାସରେ ୨୨ଥର କରୋନା ଟେଷ୍ଟ କରିସାରିଲେଣି ସୌରଭ ଗାଙ୍ଗୁଲି

କୋଲକତା,୨୫।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ଭାରତର ପୂର୍ବତନ ଅଧନାୟକ ସୌରଭ ଗାଙ୍ଗୁଲି ମଧ୍ୟ ଥରେ କି ଦୁଇଥର ନୁହେଁ, ପାଖାପାଖି ୨୨ଥର ନିଜର କୋଭିଡ ଟେଷ୍ଟ କରାଇ ସାରିଲେଣି। ଗାଙ୍ଗୁଲି ନିଜେ ଏକଥା ଖୁଲାସା କରିଛନ୍ତି। ‘ଲିଭିଙ୍ଗାର୍ଡ ଏଜି’ର ବ୍ରାଣ୍ଡ ଆମ୍ବାସାଡର୍‌ ଭାବେ ଯୋଗଦେବା ଅବସରରେ ଗାଙ୍ଗୁଲି କହିଛନ୍ତି, ‘ମୁଁ ଗତ ସାଢେ ଚାରିମାସ ଭିତରେ ୨୨ଥର କୋଭିଡ-୧୯ ଟେଷ୍ଟ କରାଇ ସାରିଛି ଏବଂ ଥରେ ବି ପଜିଟିଭ ଆସିନି। ମୋ ଆଖାପାଖ ଲୋକଙ୍କର କୋଭିଡ-୧୯ ପଜିଟିଭ ଆସିଥିଲା, ଏଥିପାଇଁ ମୁଁ ଏତେଥର ନିଜର ଟେଷ୍ଟ କରାଇଥିଲି ବୋଲି କହିଛନ୍ତି।

Share