କୋଲକାତା,୨୬ା୭ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ କୋଭିଡ୍-୧୯ ଟେଷ୍ଟ ନେଗେଟିଭ୍ ଆସିଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସେ ତାଙ୍କ ସାମ୍ପଲ ପରୀକ୍ଷା କରିବାକୁ ଦେଇଥିଲେ। ବଡ଼ ଭାଇ ସ୍ନେହାଶିଷ ଗାଙ୍ଗୁଲି କରୋନାରେ ସଂକ୍ରମିତ ଜଣାପଡ଼ିବା ପରେ ଭାରତର ଏହି ପୂର୍ବତନ ଅଧିନାୟକ ଏକ ସପ୍ତାହରୁ ଅଧିକ ଦିନ ଧରି ହୋମ୍ କ୍ୱାରାଣ୍ଟାଇନ୍ରେ ଥିଲେ। ଗାଙ୍ଗୁଲି ବର୍ତ୍ତମାନ ତାଙ୍କ ଅସୁସ୍ଥ ମା’ଙ୍କ ସହିତ ରହୁଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସେ ନିଜର ଟେଷ୍ଟ କରାଇଥିଲେ। ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବିସିସିଆଇ ସଭାପତିଙ୍କ ଜଣେ ନିକଟ ସମ୍ପର୍କୀୟ ପ୍ରକାଶ କରିଛନ୍ତି। ବେଙ୍ଗଲ କ୍ରିକେଟ ଆସୋସିଏଶନ (ସିଏବି) ସମ୍ପାଦକ ସ୍ନେହାଶିଷଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟୁଛି। ଦୁଇଦିନ ଭିତରେ ସେ ହସ୍ପିଟାଲରୁ ଛାଡ଼ ପାଇବେ ବୋଲି ଆଶା କରାଯାଉଛି।