Categories: ଜାତୀୟ

ଗାଙ୍ଗୁଲିଙ୍କ ବଡ଼ ଭାଇ ଅସୁସ୍ଥ

କୋଲକାତା,୧୪।୮: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଷ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପାକସ୍ଥଳୀରେ ସଂକ୍ରମଣ କାରଣରୁ ତାଙ୍କୁ ଶନିବାର ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ତାଙ୍କ କୋଭିଡ-୧୯ ରିପୋର୍ଟ ନେଗେଟଭ ଆସିଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ସ୍ନୋହାଶିଷ ଏବେ କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି)ର ସମ୍ପାଦକ ରହିଛନ୍ତି।
୫୩ ବର୍ଷୀୟ ସ୍ନୋହାଶିଷଙ୍କର ପୂର୍ବରୁ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ଶୁକ୍ରବାର ରାତିରେ ତାଙ୍କର ବାନ୍ତି ହୋଇଥିଲା। ଫଳରେ ତାଙ୍କୁ ଭୋର ୩ଟାରେ ହସ୍ପିଟାଲ ନିଆଯାଇଥିଲା। ଗାଙ୍ଗୁଲି ଏବେ ସ୍ତ୍ରୀ ଡୋନାଙ୍କ ସହିତ ଲଣ୍ଡନରେ ଅଛନ୍ତି। ସେ ସ୍ଥିତ ଉପରେ ନଜର ରଖିଛନ୍ତି। ଗାଙ୍ଗୁଲିଙ୍କ ଭଳି ସ୍ନୋହାଶିଷ ମଧ୍ୟ ଜଣେ କ୍ରିକେଟର। ବାମହାତୀ ବ୍ୟାଟ୍ସମ୍ୟାନ ସ୍ନୋହାଶିଷ ୫୯ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଛନ୍ତି ଓ ବେଙ୍ଗଲ ପାଇଁ ୨୫୩୪ ରନ୍‌ ସଂଗ୍ରହ କରିଛନ୍ତି। ସେ ମଧ୍ୟ ୧୮ଟି ଲିଷ୍ଟ ଏ ମ୍ୟାଚ୍‌ ଖେଳି ୨୭୫ ରନ୍‌ ସଂଗ୍ରହ କରିଛନ୍ତି।

Share