ବିବାଦରେ ସାଉଥ୍‌ ଅଭିନେତା ଆଲ୍ଲୁ ଅର୍ଜୁନ

 

ବିଜ୍ଞାପନକୁ ନେଇ ବିବାଦରେ ସାଉଥ୍‌ ଅଭିନେତା ଆଲ୍ଲୁ ଅର୍ଜୁନ। ଏକ ବିଜ୍ଞାପନରେ ତେଲେଙ୍ଗାନା ଷ୍ଟେଟ୍‌ ରୋଡ୍‌ ଟ୍ରାନ୍ସପୋର୍ଟ ପକ୍ଷରୁ ଆଇନଗତ ନୋଟିସ ପଠାଯାଇଛି। ଟିଏସଆରଟିସି କର୍ମଚାରୀ ଏବଂ ଯାତ୍ରୀଙ୍କୁ ସେ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଟିଏସଆରଟିସି ମୁଖ୍ୟ ବି ସି ସଜ୍ଜନର ଆଲ୍ଲୁ ଅର୍ଜୁନଙ୍କ ଏହି ବିଜ୍ଞାପନକୁ ମଧ୍ୟ ବିରୋଧ କରିଛନ୍ତି। ଆରଟିସି ବସ୍‌ରେ ଯାଉଥିବା ଯାତ୍ରୀ ଏବଂ କର୍ମଚାରୀ ଏହି ବିଜ୍ଞାପନକୁ ପସନ୍ଦ କରିନାହାନ୍ତି।

ନିକଟରେ ଆଲ୍ଲୁ ଅର୍ଜୁନ ଏକ ଆପ୍‌ର ବିଜ୍ଞାପନ କରିଥିଲେ। ୟୁଟ୍ୟୁବରେ ଏହି ବିଜ୍ଞାପନ ଗତ କିଛି ଦିନ ତଳେ ପ୍ରସାରିତ ହୋଇଛି। ଏହି ବିଜ୍ଞାପନରେ ଆଲ୍ଲୁ ଜଣେ ଦୋସା ବିକାଳି ଚରିତ୍ରରେ ନଜର ଆସିଛନ୍ତି। ସେ ଜଣେ ଗ୍ରାହକଙ୍କୁ ରାଜ୍ୟର ବସ୍‌ ଗୁଡିକ ଠିକଣା ସ୍ଥାନରେ ପହଞ୍ଚାଇବା ପାଇଁ ଅଧିକ ସମୟ ନିଅନ୍ତି। କିନ୍ତୁ ଆପ ଜରିଆରେ ବାଇକରେ ବସି ଶୀଘ୍ର ପହଞ୍ଚିପାରିବେ। ଏଥିସହ ବସ ଭିଡରୁ ରକ୍ଷା ମଧ୍ୟ ପାଇପାରିବେ ବୋଲି କହୁଥିବା ଦେଖିବାକୁ ମିଳିଛି।
ଏହି ବିଜ୍ଞାପନରେ ଆଲ୍ଲୁ ଅର୍ଜୁନ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ବିରବସାରାମ ମାର୍ଗରେ ଠିଆ ହୋଇ ଆନ୍ଧ୍ରପ୍ରଦେଶର ସରକାରୀ ବସ ଆଡକୁ ସୂଚିତ କରିଥିବା ମଧ୍ୟ ନଜର ଆସିଛନ୍ତି। ଏହାକୁ ନେଇ ବିବାଦ ଉପୁଜିଛି।

 

Share